www.samajalive.in
Saturday, December 6, 2025
14.1 C
Bhubaneswar

ମହାନଦୀରେ ଡଙ୍ଗା ବୁଡି ବାପ ପୁଅ ମୃତ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସହର ଉପକଣ୍ଠ ମହାନଦୀ ସେତୁ ନିକଟ ବାଇକାନୀ ଦେବୀଙ୍କ ପୀଠ ପାଖରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ଗର୍ଭରେ ଡଙ୍ଗା ବୁଡି ଯିବାରୁ ଉଭୟ ବାପ ପୁଅଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ବାଇକାନୀ ପୀଠକୁ ଡଙ୍ଗା ସାହାଯ୍ୟରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଡ଼ଙ୍ଗାଟି ପଥରରେ ବାଡ଼େଇ ହୋଇ କିମ୍ବା ଗଭୀର ସୁଅରେ କୋୖଣସି ପରିସ୍ଥିତିର ସମ୍ମୁଖୀନ ହେବା ଦ୍ବାରା ହଠାତ ଡଙ୍ଗା ବୁଡି ଯାଇଥିବା କୁହାଯାଉଛି। ବାଇକାନୀ ପୀଠ ନିକଟରେ ହଠାତ ଡଙ୍ଗା ବୁଡି ଯିବାରୁ ଘଟଣା ସ୍ଥଳକୁ ଲୋକେ ତୁରନ୍ତ ଆସି ବୁଡି ଯାଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ତୁରନ୍ତ ବିନିକା ଅଗ୍ନିଶମ ବିଭାଗକୁ ଡଙ୍ଗା ବୁଡି ସମ୍ପର୍କରେ ଖବର ଦେଇଥିଲେ। ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଲୋକେ ବୁଡ଼ି ଯାଇଥିବା ବାପକୁ ପ୍ରଥମେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପରେ ଉଦ୍ଧାର ବ୍ୟକ୍ତିଙ୍କୁ ତତକ୍ଷଣାତ ଅଗ୍ନିଶମ ବିଭାଗ କର୍ମଚାରୀ ବିନିକା ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ।

ହସ୍ତଗତ ରିପୋର୍ଟ ଅନୁସାରେ, ବାଇକାନୀ ପୀଠକୁ ଯାତ୍ରା ଦେଖିବା ପାଇଁ ବିନିକା ସହର ଶ୍ରୀରାମ ନଗରର ଏକ ପରିବାର ଡଙ୍ଗାରେ ବସି ଯାଉଥିଲେ। କିନ୍ତୁ ହଠାତ ଡଙ୍ଗାଟି ବୁଡି ଯିବାରୁ ପୁଅକୁ ଉଦ୍ଧାର କରିବା ପାଇଁ ବାପା ଚେଷ୍ଟା କରିଥିଲେ ହେଁ ସେ ଉଦ୍ଧାର କରି ନ ପାରି ନିଜେ ମଧ୍ୟ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସାଢେ଼ ତିନି ଘଣ୍ଟାର ପରିଶ୍ରମ କରି ଗଭୀର ପାଣି ଭିତରୁ ଶିଶୁକୁ ଉଦ୍ଧାର କରି ପାରିଥିବା ବିନିକା ଅଗ୍ନିଶମ ବିଭାଗ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆ ସୂଚନା ଦେଇଛନ୍ତି। ତେବେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ଘଟିଥିବା ବାପପୁଅ ଦ୍ବୟ ବିନିକା ସହର ଶ୍ରୀରାମ ନଗରର ବାସିନ୍ଦା ସୁଲେମାନ ଖାଁନ(୪୮) ଓ ତାଙ୍କ ଶିଶୁପୁତ୍ର ଅଜଲାନ ଖାଁନ (୭) ବୋଲି ବିନିକା ଥାନା ଅଧିକାରୀ ନିରଞ୍ଜନ ଦାଶ କହିଛନ୍ତି। ଏଭଳି ଅଘଟଣ ଘଟି ବାପପୁଅଙ୍କ ଅକାଳ ମୃତ୍ୟୁ ପରେ ବିନିକା ସହରରେ ଶୋକର ଛାୟା ଖେଳିଯାଇଛି। ଘଟଣା ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ବାପପୁଅଙ୍କୁ ନଦୀ ଗର୍ଭରୁ ଉଦ୍ଧାର କରି ଆଣି ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଘଟିବା ପରେ ସମଗ୍ର ବିନିକା ସହରରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories