www.samajalive.in
Saturday, December 13, 2025
27.1 C
Bhubaneswar

ବୁଢ଼ାବାପାକୁ ଘରୁ ତଡ଼ିଦେଲେ ପୁଅ : ମନ୍ଦିରରେ ଆଶ୍ରୟ ନେଇଛନ୍ତି ୮ ସନ୍ତାନର ବାପ

ନର୍ଲା  : କୋଳକୁ ସନ୍ତାନଟିଏ ପାଇଁ ବାପ-ମାଆ ବାର ବ୍ରତ ତେର ଓଷା କରନ୍ତି। ସନ୍ତାନଟିଏ କୋଳକୁ ଆସିଲେ ତାର ଲାଳନ ପାଳନରେ ନିଜକୁ ସମର୍ପି ଦିଅନ୍ତି। ପେଟରୁ କାଟି ମୁହଁରେ ଆହାର ଦିଅନ୍ତି। ତା ଅଳି ଅଝଟ ହସି ହସି ସହନ୍ତି। ଛୁଆ ମୁହଁରେ ହସ ଦେବା ପାଇଁ ନିଜ ଜୀବନର ସବୁ ସୁଖକୁ ଜଳାଞ୍ଜଳି ଦେଇଦିଅନ୍ତି। ମନରେ ଯେତିକି ସ୍ନେହ, ସେତିକି ଆଶା। ପୁଅ ବଡ଼ ହେବ, ଭଲ ମଣିଷଟିଏ ହେବ, ବୁଦ୍ଧ କାଳେ ସାହାରା ହେବ। କିନ୍ତୁ ବାପା-ମାଆଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇଯାଏ ଯେତେବେଳେ ସନ୍ତାନଟି ବାହା ହେଲା ପରେ ଜନ୍ମଦାତା ପିତାମାତାଙ୍କୁ ହତାଦର କରେ। ଧିକ୍କାର କରି ଘରୁ ତଡ଼ିଦିଏ। ଏମିତି ଏକ ଦୁଃଖଭରା ଘଟଣା ଘଟିଛି ସିନ୍ଧେକେଲାରେ। ସିନ୍ଧେକେଲାର ବୈକୁଣ୍ଠ ପୁଟେଲଙ୍କୁ ଏବେ ବୟସ ୮୦। ପତ୍ନୀ ଆଉ ଇହଧାମରେ ନାହାନ୍ତି। ଅନେକ ବର୍ଷ ତଳୁ ଛାଡ଼ି ଚାଲିଗଲେଣି। ବୈକୁଣ୍ଠଙ୍କ ୮ଟି ସନ୍ତାନ, ତଥାପି ଆଜି ସେ ଅସହାୟ। ୪ ପୁଅ, ୪ ଝିଅଙ୍କୁ ମଣିଷ କରିବା ପାଇଁ ସାରା ଜୀବନ ଏକ କରି ଦେଇଥିବା ବୈକୁଣ୍ଠଙ୍କୁ ଆଜି ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳୁନି। ତାଙ୍କ ନିଜ ଘରେ ତାଙ୍କ ପାଇଁ ଜାଗା ନାହିଁ। ଆଦର ନାହିଁ କି ଆହାର ନାହିଁ। ୮ ପୁଅ ଝିଅ ତାଙ୍କୁ ଆଶ୍ରୟ ଦେବାକୁ ନାରାଜ । ସେ ନିଜ ଘରୁ ବେଘର ହେଲା ପରେ କିଛି ଦିନ ବାରଦ୍ବାର ହେଲେ। ତା ପରେ ଭୀମକେଲା ଗାଁରେ ଘର କରି ରହୁଥିବା ପୁଅ ପାଖରେ ରହିଥିଲେ; କିନ୍ତୁ ଶେଷରେ ସେ ମଧ୍ୟ ତାଙ୍କୁ ଘରୁ ତଡ଼ିଦେଲା। ପୁଅଝିଅଙ୍କଠାରୁ ହତାଶ ହୋଇ ସେ ଏବେ ପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ। ବୈକୁଣ୍ଠ ସବୁଆଡ଼ୁ ହତାଶ ହୋଇ ଏବେ ରୁପ୍ରାରୋଡ଼ ଜଗନ୍ନାଥ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ଖାଇ ବଞ୍ଚିଛନ୍ତି। ସେ ନିଜର ଏହି ଦୁଃଖକାହାଣୀ ଆଜି ଏହି ପ୍ରତିନିଧିଙ୍କ ଆଗରେ ଛଳଛଳ ଆଖିରେ ବର୍ଣ୍ଣନା କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories