ଦିନିକିଆ ଉପବାସରେ ନରେନ୍ଦ୍ର ମୋଦି ଓ ଅମିତ ଶାହ
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚାଲି ନ ପାରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଏକ ଦିନିକିଆ ଉପବାସ କରିଛନ୍ତି । ଗରୁରୁବାର ସକାଳ ୧୦ଟାରୁ ଅପରାହ୍ନ ୫ ଯାଏଁ ଏହି ଦୁଇଜଣ ଉପବାସରେ ବସିବେ । ବଜେଟ ଅଧିବେଶନ ସରକାରୀ ଦଳ ନୁହେଁ ବଂର ବିରୋଧିଙ୍କ ଯୋଗୁଁ ଠିକ୍ ଭାବରେ ଚାଲି ନ ପାରିବାକୁ ସନ୍ଦେଶ ଦେବା ପାଇଁ ଏପରି ଉପବାସର ଆୟୋଜନ କରାଯାଇଛି ବୋଲି ବିରୋଧି ଦଳମାନେ ଅଭିଯୋଗ କରିଛନ୍ତି । ବିରୋଧ ଦଳମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଏହି ଅପରାଧଙ୍କୁ ଦୁନିଆଁ ସାମ୍ନାକୁ ଆଣିବା ପାଇଁ ଉପବାସ କରୁଛନ୍ତି ଏହା ସହ ନିଜ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଉପବାସ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଦେଶକୁ ଜିତିବା ଅପେକ୍ଷା ଲୋକଙ୍କ ହୃଦୟକୁ ଜିତିବାକୁ ଚେଷ୍ଟା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।
ବିଜେପି ଅଧ୍ୟକ୍ଷ ଅମିତ ଶାହ କର୍ଣ୍ଣାଟକର ଧରଓ୍ୱାଡରେ ଅନଶନ କରିଛନ୍ତି । ଏହା ସହ ସମସ୍ତ ରାଜ୍ୟରେ ବରିଷ୍ଠ ବିଜେପି ନେତା ଓ ମନ୍ତ୍ରୀମାନେ ବିଜେରପି କର୍ମୀଙ୍କ ସହ ଉପବାସ କରିଛନ୍ତି ।
PM Shri @narendramodi will observe day-long fast today to protest against the Congress for its undemocratic style of functioning, disruption of parliament & anti-development agenda. BJP President Shri @AmitShah Ji will participate in the protest in Hubli. #FastWithPMModi pic.twitter.com/feMvS7yejN
— BJP Assam Pradesh (@BJP4Assam) April 12, 2018