ଭଜନ ଗାଇଲେ ଫାରୁକ ଅବଦୁଲ୍ଲା

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଏଠାରେ ଚାଲିଥିବା ‘ଜି ଇଣ୍ଡିଆ କନ୍‌କ୍ଲେଭ୍‌’ରେ ଅଂଶଗ୍ରହଣ କରିବା ଅବସରରେ ଭଜନ ଗାନ କରିଥିବା ଜଣାପଡିଛି। ମୁସଲମାନ ସଂପ୍ରଦାୟର ହୋଇଥିବା ସତ୍ତ୍ୱେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଅନୁରକ୍ତି ରହିଛି ବୋଲି ଫାରୁକ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଫାରୁକ ଭାବବିହ୍ୱଳ ହୋଇପଡିଥିଲେ। ନିଜ ବକ୍ତବ୍ୟରେ ଫାରୁକ କହିଥିଲେ ଯେ ‘ଯଦି ଦେଶ ଗଠନ କରିବାକୁ ଚାହୁଁଛ, ତାହାହେଲେ ଘୃଣାଭାବକୁ କବର ଦିଅ’। ଏହି ଅବସରରେ ଫାରୁକ ଜାମ୍ମୁ କାଶ୍ମୀର ଓ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ପ୍ରସଙ୍ଗରେ ମଧ୍ୟ ନିଜ ମତ ରଖିଥିଲେ। ଭାରତ କୌଣସି ପରିସ୍ଥିତିରେ ପିଓକେ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ଏବଂ ଆଗାମୀ ଦିନରେ ଯଦି ନିୟନ୍ତ୍ରଣ ରେଖାକୁ ଭାରତ-ପାକ୍‌ ସୀମାଭାବେ ବିବେଚନା କରାଯିବ, ତାହାହେଲେ କାଶ୍ମୀର ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

Leave A Reply