www.samajalive.in
Monday, December 8, 2025
16.1 C
Bhubaneswar

ଚାଷୀଙ୍କ ଚେତାବନୀ ; ମଣ୍ଡିରୁ ଧାନ ନ ଉଠିଲେ ରାଜରାସ୍ତାକୁ ଓହ୍ଲାଇବେ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମଣ୍ଡି ଟାର୍ଗେଟ ସରିଯିବା ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ। ଶୀତ କାକରରେ ନିଜ ଧାନ ନିକଟରେ ଚାଷୀ ପଡି ରହିଥିବା ଦେଖିବାକୁ ମିଳିଛି। ଏପଟେ ମଣ୍ଡିରେ ଧାନ ଦେଇଥିବା ୧୦ଦିନ ରୁ ଅଧିକ ହୋଇଯାଇଥିବା ବେଳେ ଜିଲ୍ଲାର ୧୩ଟି ଲ୍ୟାମ୍ପ ର ୧୩୯୬ ଜଣ  ଚାଷୀଙ୍କ ୯୫ହଜାର ୪୪୧.୦୯ କ୍ୱିଣ୍ଟାଲ ଧାନର ଟଙ୍କା ଏକାଉଣ୍ଟ କୁ ଚଡ଼ିନଥିବା  ଅଭିଯୋଗ ହୋଇଛି। ଏନେଇ ନବରଙ୍ଗପୁର ଏଆରସିଏସ ଚନ୍ଦ୍ର ସେଠିଆଙ୍କୁ ପଚାରିବାରୁ କିଛି ଚାଷୀଙ୍କ ଧାନ ଦେବା ପରେ ସେମାନଙ୍କ ଭେଂଡର ଲିଷ୍ଟ ଓଏସବିସି ରୁ ଡିଲିଟ ହୋଇଯିବା ଯୋଗୁଁ ଟଙ୍କା ମିଳିବାରେ ବିଳମ୍ବ ହେଉଛି ବୋଲି କହିବା ସହ ସେମାନଙ୍କ ଭେଂଡର ଲିଷ୍ଟ ପୁଣିଥରେ ସମସ୍ତ ଲ୍ୟାମ୍ପକୁ ମଗାଯାଇଛି, ଶୀଘ୍ର ସେମାନଙ୍କ ଟଙ୍କା ମିଳିବ ବୋଲି କହିଛନ୍ତି ।

- Advertisement -

ସେହିପରି ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ୧୩ଟି ଲ୍ୟାମ୍ପ ପାଇଁ ୧୫ ଲକ୍ଷ ୪ ହଜାର ୪୭୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଆସିଥିବା ବେଳେ ଆଜି ପର୍ୟ୍ୟନ୍ତ ୧୪ ଲକ୍ଷ ୨୭ ହଜାର ୭୨.୬୬ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ତହିଁ ମଧ୍ୟରୁ ନନ୍ଦାହାଣ୍ଡି, ପାପଡାହାଣ୍ଡି ଏବଂ କୋଷକ୍ଷଗୁମୁଡା ଲ୍ୟାମ୍ପର ଟାର୍ଗେଟ ସମ୍ପୂର୍ଣ ଶେଷ ହୋଇଯାଇ ଥିବା ଯୋଗୁଁ ଏହି ଲ୍ୟାମ୍ପ ଅନ୍ତର୍ଗତ ମଣ୍ଡିରେ ଚାଷୀମାନେ ଧାନଆଣି ମଣ୍ଡିରେ ପକାଇ ଜଗି ରହିଛନ୍ତି । ସେହିପରି କିଛି ଲ୍ୟାମ୍ପମାନଙ୍କରେ ଟାର୍ଗେଟ କମ ଥିବାବେଳେ ଅଧିକା ଧାନ ଆସି ମଣ୍ଡିରେ ପଡି ରହିଥିବା ଦେଖିବାକୁ ମିଳିଛି । ଚନ୍ଦାହାଣ୍ଡି ଲ୍ୟାମ୍ପ ଅଧିନସ୍ଥ ମଣ୍ଡିରେ ସର୍ବାଧିକ ୨୭/୨୮ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି । ସେହିପରି ପାପଡାହାଣ୍ଡିର ବିଭିନ୍ନ ମଣ୍ଡିରେ ପ୍ରାୟ ୧୪ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । କୋଡୀଙ୍ଗା ଲ୍ୟାମ୍ପରେ ୬ହଜାର କ୍ୱିଣ୍ଟାଲ ଧାନର ଟୋକେନ ପ୍ରଦାନ କରାଯାଇଥିବା ବେଳେ ଅଧିକା ଧାନ ମଣ୍ଡିରେ ପଡ଼ିରହିଛି । ଆଉ କିଛି ଲ୍ୟାମ୍ପର ଟାର୍ଗେଟ ଆଉ ଦିନେ ୨ ଦିନ ମଧ୍ୟରେ ସରିଯିବାକୁ ବସିଥିବା ବେଳେ ଯେଉଁ ମାନେ ଧାନ ଦେଇନାହାନ୍ତି ସେମାନେ ଏବେ ଚିନ୍ତାରେ ଅଛନ୍ତି । ମଣ୍ଡି ରେ ଧାନ ପଡିରହିଥିବା ଯୋଗୁଁ ଚାଷୀ ଧାନ କୁ ଛାଡି ଘରକୁ ଯାଇ ପାରୁନାହାନ୍ତି, ଶୀତ କାକରରେ ମଣ୍ଡିରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏପଟେ ନବରଙ୍ଗପୁର ସିଏସଓ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଜିଲ୍ଲାରେ ଟାର୍ଗେଟ ସରିଯାଇଥିବା ବେଳେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ନବରଙ୍ଗପୁର ଜିଲ୍ଲାପାଇଁ ଆଉ ୬ଲକ୍ଷ କ୍ୱିଣ୍ଟାଲ ଧାନର ଟାର୍ଗେଟ ଦେବାପାଇଁ ଚିଠି ଲେଖିଥିବା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ଟାର୍ଗେଟ ଆସିବାର ସମ୍ଭାବନା ଅଛି ବୋଲି ନବରଙ୍ଗପୁର ସିଏସଓ ସଂଜୀବ କୁମାର ସାହୁ ସୂଚନା ଦେଇଛନ୍ତି। ଏପଟେ କେବେ ଟାର୍ଗେଟ ଆସିବ କେବେ ଧାନ ଉଠିବ ତାହା ଦେଖିବାକୁ ବାକି ରହିଥିବା ବେଳେ ଶୀତ କାକରରେ ମଣ୍ଡିରେ ନିଜ ଧାନକୁ ଆରଏମସି କର୍ମଚାରୀଙ୍କ ସହ ଦିନରାତି ଜଗି ରହିଥିବା ଚାଷୀ ଆଜି ଉତ୍ତ୍ୟକ୍ତ ହୋଇ ଆଜି ପାପଡାହାଣ୍ଡି ମଣ୍ଡିରେ ଚାଷୀମାନେ ଆନ୍ଦୋଳନ କରିବାର ଚେତାବନୀ ଦେବାସହ ଯୋଗାଣ ବିଭାଗ, ଲ୍ୟାମ୍ପ ଏବଂ ଆରଏମସି କର୍ମଚାରୀଙ୍କ ସହ ବଚସା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପରେ ପ୍ରଶାସନ ତରଫରୁ ବୁଝାସୁଝା କରିବା ସହ ଧାନ ମଣ୍ଡିରୁ ଉଠାଇ ବାକୁ ପ୍ରତିଶୃତି ଦେବାପରେ ଶାନ୍ତ ପଡ଼ିଥିଲେ ଚାଷୀମାନେ । ଧାନ ଶୀଘ୍ର ନ ଉଠାଇଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଫରୁକ ଅହମ୍ମଦ, ଶ୍ରୀକାନ୍ତ ଯାନୀ, ସିଦ୍ଧାର୍ଥ ସାବତ, ତୁଳସା ଭତରା, ହରିବନ୍ଧୁ ଭତରା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories