www.samajalive.in
Friday, December 12, 2025
14.1 C
Bhubaneswar

ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଗୋଟିଏ ଦିନ ପାଇଁ ସ୍ଥଗିତ

ଡେସ୍କ: ପଞ୍ଜାବରେ ଆନ୍ଦୋଳନରତ କୃଷକମାନେ ପୁଣି ଥରେ ଗୋଟିଏ ଦିନ ପାଇଁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ବନ୍ଦ କରିଛନ୍ତି। ଶମ୍ଭୁ ଚେକପୋଷ୍ଟରେ ହରିୟାଣା ପୋଲିସ ସେମାନଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ ଏବଂ ପାଣି ତୋପ ପ୍ରୟୋଗ କରିବାରୁ କିଛି କୃଷକ ଆହତ ହୋଇଥିବାରୁ ଏଭଳି ନିଆଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଗତ ୧୮ ଦିନ ଧରି ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆଜି ପଟିଆଲା ଡେପୁଟି କମିଶନର ତଥା ଜିଲ୍ଲା ପୁଲିସ ମୁଖ୍ୟ ତାଙ୍କୁ ଭେଟିଛନ୍ତି। ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ଋଣ ଛାଡ଼ ଆଦି ଦାବିକୁ ସମର୍ଥନ କରି କୃଷକମାନେ ଫେବ୍ରୁଆରି ୧୩ ତାରିଖରୁ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଏବଂ ଖାନୌରୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories