www.samajalive.in
Friday, December 12, 2025
14.1 C
Bhubaneswar

ରାସ୍ତା ଅବରୋଧ କଲେ ଚାଷୀ ଏବଂ ସମର୍ଥନ ଜଣାଇଲା ବିଜେପି

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡାର ଲ୍ୟାମ୍ପ୍ସରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ ଆଜି ୨୨୦ ନଂ ଜାତୀୟ ରାଜପଥର ସାହାରପଡା ଠାରେ  ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ଏହାକୁ ସାହାରପଡା ବିଜେପି ସମର୍ଥନ କରିଥିଲା । ଘଟଣାରୁ ପ୍ରକାଶ ଯେ ସାହାରପଡା ଲ୍ୟାମ୍ପ୍ସ ଅଧୀନରେ ଥିବା ଉଦୟପୁର ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନେ ଧାନ ବିକ୍ରୟ ପାଇଁ ଟୋକନ ପାଇ ଚାରି ଦିନ ମଣ୍ଡିରେ ଧାନ ରଖି ବିକ୍ରୟ କରିପାରିନଥିବା ବେଳେ ଗତକାଲି ରାତିରେ ଟୋକନ ଗୁଡିକ ଲାପ୍ସ ହୋଇଯାଇଥିବାରୁ ଚାଷୀ ମାନେ ସାହାରପଡା ଉଦୟପୁର ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ଚାଷୀଙ୍କ ସମର୍ଥନରେ ସାହାରପଡା ମଣ୍ଡଳ ବିଜେପି ସଭାପତି ହରିଶ ଚନ୍ଦ୍ର ମହାନ୍ତ ଏବଂ ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତଙ୍କ ଆହ୍ୱାନ କ୍ରମେ ସାହାରପଡା ବ୍ଲକ ଅଧ୍ୟ୍ୟକ୍ଷା ରମ୍ଭାବତୀ ଦେହୁରୀ ପୂର୍ବତନ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟ୍ୟକ୍ଷା ମମିତା ନାୟକଙ୍କ ନେତୃତ୍ବରେ ସାହାରପଡା ବିଜେପି ଟିମ ଚାଷୀଙ୍କୁ ସମର୍ଥନ ଜଣାଇଥିଲେ । ମାସକ ପାଇଁ ଟୋକନ ଅବଧି ଥିବା ଚାଷୀଙ୍କୁ ଟୋକନ ଦିଆ ଯାଇଥିଲା ମାତ୍ର ଚାଷୀଙ୍କ ଧାନ ମଣ୍ଡିରୁ ନେବା ପୂର୍ବରୁ ମାସ ସରି ଯାଇଥିବା କହି ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ଧାନ ନେଇ ନଥିଲେ । ଚାଷୀମାନେ ଗତ ଶୁକ୍ରବାର ଠାରୁ ମଣ୍ଡିରେ ଧାନ ରଖି ବିକ୍ରି କରି ନପାରିବାରୁ ଏବିଷୟରେ ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ଅବଗତ ମଧ୍ୟ୍ୟ କରିଥିଲେ, ମାତ୍ର ଚାଷୀଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିବା ବେଳେ ଆଜି ଟୋକନ ଲାପ୍ସ ହେବାରୁ ଉତ୍ୟକ୍ତ ଚାଷୀ ମାନେ ରାସ୍ତା ଅବରୋଧ କରିଥିଲେ । ଯେ ପର୍ଯ୍ୟନ୍ତ ଲ୍ୟାପ୍ସ ହୋଇଥିବା ଟୋକନ୍ ର ଧାନ କିଣା ନ ହୋଇଛି ସେ ପର୍ୟ୍ୟନ୍ତ ରାସ୍ତା ବନ୍ଦ ରହିବ ବୋଲି ଚାଷୀ ମାନେ ଦାବି କରି ଥିବା ବେଳେ ଲ୍ୟାମ୍ପସ କର୍ମଚାରୀ ହରିହର ମହାନ୍ତ ଏବଂ ଘଟଗାଁ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଏବଂ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଘଟଣା ସ୍ଥଳରେ ପହଁଚି ଚାଷୀ ଏବଂ ବିଜେପି କର୍ମୀଙ୍କ ସହିତ ଆଲୋଚନା କରି ମଣ୍ଡିରେ ଥିବା ଧାନ ଆଜି କିଣା ଯିବ କହିବା ସହିତ ଧାନ କିଣିବା ପାଇଁ ଗାଡ଼ି ଆସିବା ପରେ ରାସ୍ତା ରୋକ ହଟିଥିଲା ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories