www.samajalive.in
Friday, December 12, 2025
14.1 C
Bhubaneswar

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଗୁଣପୁର : ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଦିବସରେ ଗୁଣପୁର ସହର ମତିଲାଲନଗର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ଆସି ପହଞ୍ଚିଥିଲା। କିଏ କହୁଥିଲା ବଧୁହତ୍ୟା, କିଏ କହୁଥିଲା ଆତ୍ମହତ୍ୟା ତ ଆଉକିଏ କହୁଥିଲା ମଦ୍ୟପ ସ୍ୱାମୀଙ୍କ ପାଇଁ ଏମିତି ସବୁ ଘଟିଲା। ଏହାରି ମଧ୍ୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର କରିଥିଲା। ପରେ ବାପଘର ଲୋକେ ପହଞ୍ଚି ହତ୍ୟା ଅଭିଯୋଗ ଆଣି ଏତଲା ଦେଇଥିଲେ। ଶାଶୁଘର ଲୋକେ କିନ୍ତୁ ଏହା ଏକ ଆତ୍ମହତ୍ୟା ବୋଲି କହୁଥିଲେ। ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରକୁ ନେଇ ପୁଲିସ ମଧ୍ୟ ସାଇଣ୍ଟିଫିକ ଦଳକୁ ଡକାଇ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମୃତ ମହିଳାଙ୍କ ଶବ ବ୍ୟବଛେଦ କରିବା ସହ ତାଙ୍କ ସ୍ୱାମୀ ଶାସୁ ଓ ନଣନ୍ଦକୁ ନେଇ ପୋଲିସ ଥାନାରେ  ଅଟକ ରଖିଥିବା ଜଣା ପଡିଛି। ପୁଲିସ ଏହି ଘଟଣାରେ ଜଦିଓ କୌଣସି ସୂଚନା ମିଡିଆକୁ ଦେଉନାହିଁ ତଥାପି ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନାନୁଯାୟୀ ମତିଲାଲ ନଗରର ସୁରୀ କୁମ୍ଭାର ଗତ ୭ ବର୍ଷ ତଳେ ଆନ୍ଧ୍ର ହିରମଣ୍ଡଳର ଚିନ୍ନା ଆମୁଲୁଙ୍କୁ ବାହା ହୋଇଥିଲେ। ସୁରୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିତି ସେ ରାତିରେ ଘରକୁ ଫେରିବା ପରେ ସ୍ତ୍ରୀ ସହ ଗଣ୍ଡଗୋଳ କରୁଥିବା କଥା ସ୍ଥାନୀୟ ଦେଖଣାହାରୀ ମାନେ ଅଭିଯୋଗ ଆଣିଛନ୍ତି। ମଦ ପି ସୁରୀ ଏଭଳି ଗଣ୍ଡଗୋଳ କରୁଥିବା ତାଙ୍କ ସ୍ତ୍ରୀ ମଧ୍ୟ ପାଖ ପଡୋଶୀଙ୍କୁ କହି ଆସୁଥିଲେ। ଗତକାଲି ରାତିରେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ହେଲେ ସକାଳ ହେବା ବେଳକୁ ଘର ବାଡିପଟେ ଆମୁଲୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବାର ଖବର ଆସିଥିଲା। ପୁଲିସକୁ ଓ ଝିଅର ବାପଘର ଲୋକଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇ ଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ବେଳକୁ ବାପଘର ଲୋକ ଆସି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ, ଶାଶୁଘର ଲୋକ ସମସ୍ତେ ମିଶି ପୋଡି ମାରି ଦେଇଥିବା ଭଳି ସାଂଘାତିକ ଅଭିଯୋଗ କରିଥିଲେ। ମୃତ ମହିଳାଙ୍କ ଗୋଡ ଓ ହାତ ପୋଡି ନଥିବା କାରଣରୁ ଏହା ଆତ୍ମହତ୍ୟା ନୁହେଁ ବୋଲି ସେମାନେ କହିଥିଲେ। ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ଅଧିକ ତଦନ୍ତ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା, ମୃତ ମହିଳାଙ୍କ ଶରୀରରେ ନିଆଁ ଲାଗିବା ପରେ ନିଜକୁ ବଞ୍ଚାଇବା ପାଇଁ ବାଡି ପଟକୁ ଦୌଡିକି ଯାଇଥିଲେ କିମ୍ବା ବାଡି ପଟକୁ ଯାଇ ନିଜେ ଆତ୍ମହତ୍ୟା କରିଥିଲେ ସେସବୁରୁ ଖିଅ ବାହାର କରିବାକୁ ଚେଷ୍ଟା କରୁଛି। ଘଟଣାସ୍ଥଳରୁ ପୋଡା କପଡା, ବାଡିପଟେ ପଡିଥିବା କିରୋସିନୀ ସମେତ ଅନ୍ୟାନ୍ୟ କେତେକ ସୁରାକ ମିଳିଥିବା ନେଇ ପୁଲିସ କହିଛି। ମଦ ଯୋଗୁଁ ଘରେ ପ୍ରତିଦିନ ଗଣ୍ଡୋଗଳ ଓ ପାରିବାରିକ କଳହରୁ ହିଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଯାଏଁ ପ୍ରକୃତ ଘଟଣା କଣ ତାହା ଜଣା ପଡିନଥିଲେ ମଧ୍ୟ ଆସନ୍ତା କାଲି ସୁଦ୍ଧା ସବୁ ସ୍ପଷ୍ଟ ହୋଇଯିବ ବୋଲି ଆଇଆଇସି ମନୋଜ କୁମାର ବେହେରା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories