www.samajalive.in
Saturday, December 6, 2025
15.1 C
Bhubaneswar

ଜମି ବିବାଦର ସମାଧାନ କରିବାକୁ ଆସିଥିଲେ ତହସିଲଦାର, ଚାପୁଡ଼ା କଷିଲେ କୃଷକ: ଭିଡିଓ ଭାଇରାଲ

ଲକ୍ଷ୍ନୌ: ଜମି ବିବାଦର ସମାଧାନ କରିବାକୁ ଆସି ହଟହଟା ହେଲେ ତହସିଲଦାର। କୃଷକଙ୍କୁଠାରୁ ଖାଇଲେ ମାଡ। ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି। କୃଷକ ତହସିଲଦାରଙ୍କୁ ଦୁଇଟି ଚାପୁଡ଼ା ମାରୁଛନ୍ତି ଏବଂ ତହସିଲଦାର ତଳେ ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୁଲିସ ଏବଂ ରାଜସ୍ୱ ବିଭାଗର ଅନେକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପୁଲିସ ଅଭିଯୁକ୍ତ କୃଷକଙ୍କୁ ଗିରଫ କରିଛି।


ସୂଚନା ଅନୁସାରେ, ଜସରାନା ଥାନା ଅନ୍ତର୍ଗତ ନଗଲା ତୁର୍ସି ଗ୍ରାମରେ ଏକ ଜମିକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷ ଜମିର ବେଆଇନ ଦଖଲ ନେଇ ଅଭିଯୋଗ କରିଥିଲେ। ଶନିବାର ବିବାଦର ସମାଧାନ ପାଇଁ ଜସରାନା ତହସିଲଦାର ଲାଲତା ପ୍ରସାଦ ଗାଁରେ ପହଞ୍ଚିଥିଲେ। ତାଙ୍କ ସହ ପୁଲିସ ଫୋର୍ସ ଓ ରାଜସ୍ୱ ଦଳ ମଧ୍ୟ ଉପସ୍ଥିତ ଥିଲେ। ତହସିଲଦାର ଉଭୟ ପକ୍ଷଙ୍କୁ ଘଟଣାସ୍ଥଳକୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଅନ୍ୟ ପକ୍ଷର ଧର୍ମେନ୍ଦ୍ର ଏବଂ ବୀରେଶ୍ୱର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ତହସିଲଦାର ଏବଂ ରାଜସ୍ୱ ଟିମ୍‌ ସେମାନଙ୍କୁ ଅଟକାଇବାରୁ ଉଭୟ ତହସିଲଦାରଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏତିକିବେଳେ ତହସିଲଦାର ବୀରେଶ୍ୱରଙ୍କୁ ଡରାଇବା ପାଇଁ ହାତ ଉଠାଇବା ମାତ୍ରେ ସେ ତହସିଲଦାରଙ୍କୁ ଦୁଇଟି ଚାପୁଡ଼ା ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ତୁରନ୍ତ ତାଙ୍କୁ ଉଠାଇଥିଲେ। ଏହି ଘଟଣା ପରେ ପୁଲିସ ଉଭୟ ଅଭିଯୁକ୍ତ ଧର୍ମେନ୍ଦ୍ର ଏବଂ ବୀରେଶ୍ୱରଙ୍କୁ ଗିରଫ କରିଥିଲା। ଆକାଉଣ୍ଟାଣ୍ଟଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଶାନ୍ତି ଭଙ୍ଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟରେ ହାଜର କରିଥିଲା। ଏହାପରେ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories