www.samajalive.in
Saturday, December 6, 2025
15.1 C
Bhubaneswar

୧୪୪ ଧାରା ଭାଙ୍ଗିଲେ ଚାଷୀ, ନେତାଙ୍କ ସହ ଶତାଧିକ ଗିରଫ

ଭୁବନେଶ୍ୱର: ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ ସହ ଭତ୍ତା ଓ ସମ୍ମାନ ଦେବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗ ଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିଛନ୍ତି । ଚାଷୀ ଆନ୍ଦୋଳନକୁ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ଆନ୍ଦୋଳନକାରୀ ଚାଷୀ ଜାତୀୟ ରାଜପଥରେ ଗତକାଲିରୁ ଲାଗୁ ହୋଇଥିବା ୧୪୪ ଧାରାକୁ ଭଙ୍ଗ କରିଛନ୍ତି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲୁଗାଁ ଆଦି ବିଭିନ୍ନ ଜିଲାରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋ ଠାରେ ଅଟକ ରଖାଯାଇଛି । ଫଳରେ ଘଟଣାସ୍ଥଳରେ ପୁଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଚାଷୀମାନେ ପୁଲିସ ବାରିକେଡ୍ ଭାଙ୍ଗି ଭୁବନେଶ୍ୱର ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ସେହିପରି ଭୁବନେଶ୍ୱର ଉପକଣ୍ଠ ହଁସପାଳ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।  ଖଣ୍ଡଗିରି ଛକ ନିକଟରେ ପୁଲିସ ଏକାଧିକ ଆନ୍ଦୋଳନକାରୀ ଚାଷୀଙ୍କୁ ଗିରଫ କରିଛି । ଏହା ସହ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମଧ୍ୟ ପୁଲିସ ଉଠେଇ ନେଇଛି । ଗିରଫ ପରେ ଜଣେ ମହିଳା ଚାଷୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟରେ ଚାଷୀଙ୍କ ସମସ୍ୟା ନେଇ ୩ ଜଣିଆ ଅନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି କୃଷି, ସମବାୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ଏହି କମିଟିରେ ସଦସ୍ୟ ରହିଛନ୍ତି । ଚାଷୀଙ୍କ ଦାବିକୁ ନେଇ ସରକାର ସହୃଦୟତାର ସହ ବିଚାର କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରତିକ୍ରିୟାରେ କହିଛନ୍ତି ।

- Advertisement -

ଦାବି ପୂରଣ ନହେବା ଯାଏଁ ଆମେ ଆନ୍ଦୋଳନ ଛାଡି କୁଆଡେ ଯିବୁ ନାହିଁ, ଏଇଠି ରହିବୁ । ଏ ଆନ୍ଦୋଳନ ତୀବ୍ରତର ହେବ ଏବଂ ପ୍ରତି ବ୍ଳକ ଓ ଗାଁକୁ ଆନ୍ଦେଳନ ବ୍ୟାପିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଚାଷୀଙ୍କୁ ଯଦି ଭୁବନେଶ୍ବର ମନା ତେବେ ନେତାଙ୍କୁ ମଧ୍ୟ ଗାଁକୁ ଯିବାକୁ ମନା । କୌଣସି ନେତା ଭୋଟ ମାଗିବାକୁ ଗାଁକୁ ଯାଇ ପାରିବେ ନାହିଁ । ଭୋଟ ଗ୍ରହଣ ପାଇଁ ପୋଲିଂ ବାକ୍ସ ଗାଁକୁ ଯାଇ ପାରିବ ନାହିଁ ବୋଲି ଚାଷୀ ନେତା ଅକ୍ଷୟ କୁମାର କହିଛନ୍ତି ।

ସୂଚନାଯୋଗ୍ୟ, ରବିବାର ରାତିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ ହେଲେ କୌଣସି ନିଷ୍କର୍ସ ବାହାରିନଥିଲା। ସୋମବାର ମଧ୍ୟାହ୍ନ ସୁଦ୍ଧା ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ହେଲେ ତାହା ହୋଇ ପାରିଲା ନାହିଁ । ତେଣୁ ରାଜଧାନୀ ଲୋୟର ପିଏମଜି ଛକରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶରେ ଯୋଗ ଦେବାକୁ ହଜାର ହଜାର ଚାଷୀ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି । ରାଜଧାନୀରେ ପହଞ୍ଚିବା ପୂର୍ବରୁ ଚାଷୀଙ୍କୁ ଅଟକାଇବା ପାଇଁ ଭୁବନେଶ୍ବରରେ ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ରବିବାର ୫ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ଚାଷୀ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ । ଏହା ପରେ ଜାତୀୟ ରାଜପଥରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏହା ସତ୍ତ୍ବେ ହଜାର ହଜାର ଚାଷୀ ସମାବେଶରେ ଯୋଗ ଦେବାକୁ ଭୁବନେଶ୍ବର ଅଭିମୁଖେ ଛୁଟି ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories