www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ସ୍ଥିତି : ଖାଦ୍ୟ ନିରାପତା ଆଶଙ୍କା, କୃଷକଙ୍କୁ ଆର୍ଥିକ ସହାୟତା ଲୋଡା !

ଭୁବନେଶ୍ବର : ଦେଶରେ କରୋନା ସ୍ଥିତି ପାଇଁ ଲଡଡାଉନ ରହିଥିବା ବେଳେ ଖାଦ୍ୟ ନିରାପତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କୃଷକମାନଙ୍କ ପାଖରେ ଅର୍ଥର ସମସ୍ୟା ସୃଷ୍ଟି ହୋଇଥିବାରୁ ସେ ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି ବୁଦ୍ଧିଜୀବୀଙ୍କ ମତପ୍ରକାଶ ପାଇଛି।

କରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ ଜାରି ରହିଛି। ମହାମାରୀକୁ ରୋକିବାକୁ ସରକାର ନେଇଥିବା ପଦକ୍ଷେପ ପ୍ରଶଂସନୀୟ ହୋଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟ ନିରାପତା ସମସ୍ୟା ଦେଖାଯିବ। ଚାଷୀମାନଙ୍କ ହାତରେ ଏବେ ଅର୍ଥ ନାହିଁ। ରବି ଫସଲ ଅମଳ ହେଉଥିବା ବେଳେ ଚାଷୀଙ୍କ ଠାରୁ ଏହାକୁ ତୁରନ୍ତ ସଂଗ୍ରହ କରାଯିବା ଦରକାର। ଚାଷୀଙ୍କଠାରୁ ଫସଲ ସଂଗ୍ରହରେ ବିଳମ୍ବ ହେଲେ ଦଲାଲମାନେ ଫାଇଦା ନେବେ। ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେବ। ଅନ୍ୟ ପକ୍ଷରେ ଖରିପ ଚାଷ ପାଇଁ ଚାଷୀକୁ ପ୍ରୋତ୍ସାହନ ମଧ୍ୟ ଦରକାର। ଲକଡାଉନ ଯୋଗୁ ଚାଷୀକୁ ମୂଲିଆ ଠାରୁ ଆରମ୍ଭ କରି ଯାନ୍ତ୍ରିକ ଉପଯୋଗରେ ସମସ୍ୟା ହେଉଥିବା ବେଳେ ଅର୍ଥର ଆବଶ୍ୟକତା ପ୍ରଭାବିତ କରିବ। ସେଥିପାଇଁ ଚାଷୀଙ୍କ ହାତକୁ ଅର୍ଥ ଦେବା ଉପରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

- Advertisement -

ଚାଷକୁ ଅବହେଳା କରାଗଲେ ଖାଦ୍ୟ ନିରପତା ବିପନ୍ନ ହେବ। ଦେଶର ଆବଶ୍ୟକତାକୁ ମେଂଟାଇବା କଷ୍ଟକର ହୋଇପଡିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ଖାଦ୍ୟ ନିରାପତା ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶରେ ବର୍ଷସାରା ୫ ନିୟୁତ ଟନ ଖାଦ୍ୟଶସ୍ୟ  ସଂରକ୍ଷିତ କରାଯାଇଥାଏ। କରୋନା ସ୍ଥିତିରେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ମାସ ପାଇଁ ଅତିରିକ୍ତ ୫ କେଜି ଲେଖାଏଁ ଖାଦ୍ୟ ଶସ୍ୟ ଦେବାକୁ ଘୋଷଣା କରାଯାଇଛି। ଏଥିରେ ୮୧ କୋଟି ଟଙ୍କା ଲୋକ ଉପକୃତ ହେବେ। ସେଥିପାଇଁ ୧୨.୧୪ ନିୟୁତ ଟନ ଖାଦ୍ୟ ଶସ୍ୟର ଆବଶ୍ୟକତା ପଡିବ। ଚଳିତ ବର୍ଷ ମାର୍ଚ୍ଚ ପହିଲା ସୁଦ୍ଧା ୫୮.୫ ନିୟୁତ ଟନ ଖାଦ୍ୟ ଶସ୍ୟ ମହଜୁତ ରହିଛି। ଯେଉଁଥିରେ ୩୧ ନିୟୁତ ଟନ ଚାଉଳ ରହିଥିବା ବେଳେ ୨୭.୫ ନିୟୁତ ଟନ ଗହମ ରହିଛି। ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଭାବୀ ବିକ୍ରି ହେବା ପୂର୍ବରୁ ଚାଷୀଙ୍କ ଠାରୁ ରବି ଫସଲ ସଂଗ୍ରହ ଉପରେ ସରକାର ଗୁରୁତ୍ବାରୋପ କରିବା ଆବଶ୍ୟକ। ଖରିପ ଚାଷ ପାଇଁ ଚାଷୀଙ୍କୁ କମ୍‌ ସୁଧରେ ଋଣ ଯୋଗାଇଦେବା ସହ ଚାଷୀଙ୍କ ସମସ୍ୟା ପ୍ରତି ସରକାର ସଚେତନ ହେବା ଦରକାର। ପିଏମ କିଶାନ ଯୋଜନାରେ ଚାଷୀଙ୍କୁ କିସ୍ତିରେ ଦିଆଯାଉଥିବା ଅର୍ଥକୁ ଏ ଦିଗରେ ବ୍ୟବହାର କରାଯିବାକୁ ମଧ୍ୟ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories