www.samajalive.in
Saturday, December 6, 2025
26.1 C
Bhubaneswar

ଲକଡାଉନ : ଆର୍ଥିକ ସଂକଟରେ ନାବିକ, ସହାୟତାକୁ ଅପେକ୍ଷା

ସତନା : କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦେଶରେ ଜାରି ରହିଛି ଲକଡାଉନ। ଏହି ଲକଡାଉନ ସମୟରେ ବିଭିନ୍ନ ବିଭିନ୍ନ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ହୋଇଛି ବଡ ସମସ୍ୟା। ସେମାନଙ୍କ ମଧ୍ୟରେ ରହିଛନ୍ତି ନାବିକ ଗୋଷ୍ଠୀ। ଡଙ୍ଗା ଚଳାଇ ଜୀବିକା କରୁଥିବା ସତନା ଜିଲାର ନାବିକଙ୍କୁ ଏବେ ଖାଦ୍ୟ ଚିନ୍ତା। ଅର୍ଥ ଆଭାବରେ କିଛି ନାବିକ ନିଜ ପତ୍ନୀଙ୍କୁ ପାଉଁଜି ବିକିବାକୁ ବାଧ୍ୟ ହେଉଥିବା ବେଳେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ସେମାନଙ୍କ ପାଖରେ ରାସନ ପହଞ୍ଚାଇବାକୁ ବନ୍ଦୋବସ୍ତ କରିବେ ବୋଲି ଜିଲାପାଳ ଅଜୟ କଟେସାରିଆ ପ୍ରତିଶ୍ରୁତି ଦେଇଛନ୍ତି।

ମଧ୍ୟପ୍ରଦେଶ ସତନା ଜିଲାର ଓଟରା ଅଂଚଳର ନାବିକମାନେ ଦିନକୁ ଦୁଇ ଓଳି ଖାଦ୍ୟ ପାଇଁ ସଂର୍ଘର୍ଷ କରୁଛନ୍ତି। ଲକଡାଉନ ଯୋଗୁ ନୌକା ଚାଲୁନାହିଁ। ଫଳରେ ରୋଜଗାର ଠପ ହୋଇଯାଇଛି। ଗାଁରେ ରହୁଥିବା ଏଭଳି ୬୦ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୌକା ଚଳାଇ ଦିନକୁ ୨ଶହରୁ ୪ଶହ ଟଙ୍କା ରୋଜଗାର ହେଉଥିଲା। ମାତ୍ର ଏବେ ଅର୍ଥ ଅଭାବରୁ ବଞ୍ଚିବା କଷ୍ଟକର ହୋଇଛି। ଯାହା କିଛି ଥିଲା ଲକଡାଉନର ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଚଳିଗଲା। ମାତ୍ର ତା ପରଠୁ ଏଭଳି ଖାଦ୍ୟ ସମସ୍ୟାରେ ଚାଲିଥିବା ଗାଁ ଲୋକେ କହିଛନ୍ତି। ଏହି ପରିବାରଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ପାଖରେ ରାସନ କାର୍ଡ କିମ୍ବା ଏହାର ନବୀକରଣ ହୋଇନାହିଁ। ଯେଉଁ କିଛି ଲୋକ ରାସନକାର୍ଡ ପାଇନାହାନ୍ତି, ସେମାନେ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ହୋଇପାରି ନଥିବା କହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ସରକାରଙ୍କ କୋଟାରୁ ୩୨ ଲକ୍ଷ ଲୋକଙ୍କୁ ରାସନ ଦେବାକୁ ଘୋଷଣା କରିଛନ୍ତି। ଏପରିକି ବିନା ରାସନଧାରୀଙ୍କୁ ମଧ୍ୟ ରାସନ ଦିଆଯିବାକୁ ଘୋଷଣା କରାଯାଇଛି। ମାତ୍ର ସେମାନଙ୍କ ପାଖରେ କୌଣସି ରାସନ ପହଞ୍ଚି ନଥିବା ନାବିକ ସଂପ୍ରଦାୟ କହିଛନ୍ତି। ଏପରିକି ପାଖ ଅଂଚଳରେ ସ୍ଥାନୀୟ ବିଧାୟକ ସହାୟତା ବଂଟନ କରିଥିଲେ ମଧ୍ୟ ତାଙ୍କୁ ମିଳିନଥିବା ସେମାନେ କହିଛନ୍ତି। ଏ ସଂପର୍କରେ ଜିଲା ପ୍ରଶାସନର ନଜର ଆସିବା ପରେ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories