www.samajalive.in
Saturday, December 6, 2025
15.1 C
Bhubaneswar

ମିଲର ଧାନ କାଟି ନେବାକୁ ଚାଷୀଙ୍କ ବିରୋଧ, ଆଲୋଚନା ପରେ ଦୂରହେଲା ଅଚଳାବସ୍ଥା

ଖୁଣ୍ଟା: ଖୁଣ୍ଟା ବ୍ଲକ ବାହାନଡା ଲ୍ୟାମ୍ପ୍ସରେ ଚାଷୀ ମାନଙ୍କ ଦ୍ୱରା ଧାନ ବିକ୍ର ବେଳେ ସମ୍ପୃକ୍ତ ମିଲର ମନ ଇଚ୍ଛା ଧାନ କାଟି ରଖିବାକୁ କେନ୍ଦ୍ର କରି ଚାଷୀ ମାନେ ତୀବ୍ର ବିରୋଧ କରିଥିଲେ । ଏହାକୁ ନେଇ ଶୁକ୍ରବାର ଧାନ କିଣାରେ ଅଚଳା ବସ୍ଥା ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶଯେ, ବାହାନଡା  ଲ୍ୟାମ୍ପ୍ସ ଅଧୀନରେ ଥିବା ଚାଷୀମାନଙ୍କ ଧାନ କିଣିବା ପାଇଁ ବ୍ଲକର ଗଡିଗାଁରେ ଥିବା କପ୍ତିପୋଦା ଏଗ୍ରୋ ପ୍ରଡକ୍ଟସକୁ ସରକାରୀ ଅନୁମୋଦନ ମିଳିଛି। ସରକାର ଚାଷୀଙ୍କ ଧାନରେ କାଟଛାଣ୍ଟ ହେବ ନାହିଁ ବୋଲି ନିର୍ଦେଶ ଦେଇଥିବା ବେଳେ ବାହାନଡାରେ ଧାନ ବିକ୍ରି ସମୟରେ ମିଲର ମନଇଚ୍ଛା ଧାନ କାଟିନେବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଚାଷୀଙ୍କ ଅଭିଯୋଗ ଅନୁସାରେ ପ୍ରଥମରୁ ମିଲର ଧାନ କିଣିବା ପାଇଁ  ଚାଷୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସୁହାଇଲା ଭଳି କାଣ୍ଟଛାଣ୍ଟର ପରିମାଣ ନିର୍ଦ୍ଧାରଣ କରିଥିବା ବେଳେ ସେହି ଅନୁଯାୟୀ ବୁଧବାର ଚାଷୀଙ୍କ ଠାରୁ ମିଲର ଧାନ ନେଇଥିଲେ। ତେବେ ଗୁରବାର ଧାନ କିଣା ବନ୍ଦ ରହିଥିବା ବେଳେ ପୂର୍ବ ଦିନ ନେଇଥିବା ଧାନର ଚିଠା ଚାଷୀମାନଙ୍କୁ ମିଲର ପ୍ରଦାନ କରି ଥିଲେ। ତେବେ ନିଷ୍ପତ୍ତି ପରିମାଣ ଠାରୁ ପ୍ରାୟ ଦୁଇଗୁଣ ଅଧିକ ଧାନ କାଟି ନିଆଯାଇଥିବା ଚିଠାରେ ଜଣା ପଡିଥିଲା ବୋଲି ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଜୟଦୀପ ସାହୁ କହିଥିଲେ। ଉକ୍ତ ଘଟଣାକୁ ନେଇ ଶୁକ୍ରବାର ଧାନ କିଣା ଆରମ୍ଭରୁ ଚାଷୀ ମାନେ ବିରୋଧ କରିବା ସହ ଧାନ କିଣା ବନ୍ଦ ରଖିଥିଲେ। ଅଚଳା ବସ୍ଥା ସୃଷ୍ଟି ହେବା ପରେ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଅଧିକରୀ ମାନେ  ଚାଷୀଙ୍କ ସହ ଦୀର୍ଘ ସମୟ ଆଲୋଚନା  କରିବା ପରେ ପୂର୍ବ ନୀର୍ଦ୍ଧରୀତ ପରିମାଣ ଅନୁସାରେ ଧାନ କଟାଯିବାକୁ ନିଷ୍ପତ୍ତି ନିଆଯିବାରୁ  ସନ୍ଧ୍ୟାରେ ଧାନ କିଣା ଆରମ୍ଭ ହୋଇଥିବା ଚାଷୀ ଶ୍ରୀ ସାହୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories