ଭଦୋଦରା: ଭଦୋଦରା ଖେଡ଼ା ସହରର କାପଡ଼ଭଞ୍ଜ ଅଞ୍ଚଳର ୫୨ବର୍ଷିୟ ଜଣେ ବ୍ୟବସାୟୀଙ୍କୁ ଜିଏସଟି କାର୍ଯ୍ୟାଳୟ ଗିରଫ କରିଛି। ଉକ୍ତ ବ୍ୟକ୍ତିଜଣକ ଜିଏସଟି କାର୍ଯ୍ୟାଳୟରେ ୧୪କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଦାବି କରିବା ପରେ ଏହାର ତଦନ୍ତ ଆରମ୍ଭ କରିଥିଲେ ଜିଏସଟି ଅଧିକାରୀ।
ଏଚ ଏମ ଇଣ୍ଡଷ୍ଟ୍ରୀଜ୍ର ମାଲିକ ପରେଶ ପଟେଲ ତାଙ୍କ କମ୍ପାନୀରେ ଇଞ୍ଜିନରେ ବ୍ୟବହୃତ ତେଲ ଓ ଲୁହା ପାଇପ ନିର୍ମାଣ କରୁଥିଲେ। ଶ୍ରୀ ପଟେଲଙ୍କ ଜିଏସଟି ରିଟର୍ଣ୍ଣ ଦସ୍ତାବିଜ୍କୁ ଅନୁଧ୍ୟାନ କରି ଜିଏସଟି କର୍ତ୍ତୃପକ୍ଷ ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲେ। କାରଣ ଟିକସ ଦାଖଲ ଦସ୍ତାବିଜରେ ଶ୍ରୀ ପଟେଲ ଟିକସ ଦେବା ପରିବର୍ତ୍ତେ ୧୪କୋଟି ଟଙ୍କା ଫେରସ୍ତ ପାଇବେ ବୋଲି ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ତର୍ଜମା କରିବା ପରେ ଜିଏସଟି କର୍ତ୍ତୃପକ୍ଷ ଶ୍ରୀ ପଟେଲଙ୍କୁ ଗିରଫ କରିଛନ୍ତି। ପଟେଲଙ୍କ ଦ୍ୱାରା ପ୍ରଦତ୍ତ ଅଧିକାଂଶ ବିକ୍ରି ଓ କ୍ରୟ ବିଲ ଜାଲ ଥିବା ପ୍ରମାଣିତ ହେବା ପରେ ତାଙ୍କୁ ଗିରଫ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ପଟେଲ ଯେଉଁ କମ୍ପାନୀଗୁଡ଼ିକ ନିକଟରୁ ଲୁହା କିଣି ପାଇପ ନିର୍ମାଣ କରିଥିଲେ ତାହା ଜାଲ ବୋଲି ପ୍ରମାଣିତ ହୋଇଥିଲା। ସେହିପରି ଲୁହା ପାଇପ ବିକ୍ରି କରିଥିବା କମ୍ପାନୀଗୁଡ଼ିକ ମଧ୍ୟ ଜାଲ ବୋଲି ଜଣା ପଡ଼ିଥିଲା। ଏହାଛଡ଼ା ୧୨କୋଟିର ଯନ୍ତ୍ରାଂଶ ଶ୍ରୀ ପଟେଲଙ୍କ କାରଖାନାରେ ପଡ଼ି ରହିଛି। ଶ୍ରୀ ପଟେଲଙ୍କୁ ନା’ କୌଣସି କମ୍ପାନୀ ଲୁହା ପାଇପ ପାଇଁ ଅର୍ଡ଼ର ଦେଇଥିଲେ ନା’ ଶ୍ରୀ ପଟେଲ ଲୁହା ପାଇପ ନିର୍ମାଣ କରିଥିଲେ। କେବଳ କାଗଜ ପତ୍ରରେ ଜାଲ ନିର୍ମାଣ ଓ ବିକ୍ରିର ରିପୋର୍ଟ ପ୍ରସ୍ତୁତ କରି ପୁଲିସ ହାତରେ ଗିରଫ ହୋଇଛନ୍ତି ଗୁଜରାଟର ଏହି ବ୍ୟବସାୟୀ। ଜିଏସଟି ଧାରା ୧୩୨ରେ ତାଙ୍କୁ ଗିରଫ କରାଯାଇ ଥିବା ଜିଏସଟି କମିଶନର ସୂଚନା ଦେଇଛନ୍ତି।
୧୪କୋଟି ଜିଏସଟି ଜାଲିଆତିରେ ଗୁଜରାଟ ବ୍ୟବସାୟୀ ଗିରଫ
Popular Categories



