www.samajalive.in
Saturday, December 6, 2025
15.1 C
Bhubaneswar

କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବ କଂଗ୍ରେସ : ନିରଞ୍ଜନ

ଭୁବନେଶ୍ବର : କଂଗ୍ରେସ ଭବନରେ ବୁଧବାର ଦିନ ପିସିସି ଇସ୍ତାହାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବ। ଏହାସହ ସୋଲାର ପମ୍ପ ମଧ୍ୟ ଚାଷୀଙ୍କୁ ଯୋଗାଇ ଦିଆଯିବ। ୫ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ଶହରୁ ୧ ହଜାରକୁ ବୃଦ୍ଧି କରାଯିବ ବୋଲି ନିରଞ୍ଜନ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ତିନୋଟି ରାଜ୍ୟରେ କଂଗ୍ରେସକୁ ଶୃଙ୍ଖଳିତ ଲଢେଇର ଫଳ ମିଳିଛି। ଓଡିଶାରେ ମଧ୍ୟ ଶୃଙ୍ଖଳିତ ଓ ମିଳିତ ହୋଇ ଲଢିଲେ କଂଗ୍ରେସକୁ ସଫଳତା ମିଳିବ।

- Advertisement -

ଆଜି ଅପରାହ୍ନରେ ପିସିସି ଶୃଙ୍ଖଳାଗତ କମିଟିର ବୈଠକ ବସିବ। ଏହି ବୈଠକରେ ଶ୍ରୀକାନ୍ତ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ପିସିସି ଶୃଙ୍ଖଳା କମିଟି ବୈଠକରେ ଯାହା ନିଷ୍ପତ୍ତି ନିଆଯିବ ତାହା ଏଆଇସିସିକୁ ଜଣାଇ ଦିଆଯିବ ବୋଲି ଶୃଙ୍ଖଳା କମିଟିର ଆବାହକ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories