www.samajalive.in
Saturday, December 6, 2025
16.1 C
Bhubaneswar

ବକ୍ସର ଭୂମିକାରେ ନଜର ଆସିବେ “ଫରହାନ୍ ଅଖତର୍‌”

ମୁମ୍ବଇ : ବଲିଉଡର ସୁପରିଚିତ ଅଭିନେତା ଫରହାନ୍ ଅଖତର୍‌ ଖୁବଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ତୁଫାନ’ ମାଧ୍ୟମରେ ବଡ଼ ପରଦାରେ ନଜର ଆସିବେ। ‘ତୁଫାନ’ରେ ଫରହାନ ଅଖତରଙ୍କୁ ଏକ ବକ୍ସର ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ପାଇଁ ସେ ନିଜକୁ ଫିଟ୍ ରଖୁଥିବା ଖବର ଆସିଛି। ଏହି ସିନେମା ପାଇଁ ସେ ଜିମରେ ୱାର୍କଆଉଟ କରୁଥିବାର ଏକ ଭିଡିଓ ଶନିବାର ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ସେୟାର ହେବାରେ ଲାଗିଛି। ତୁଫାନ ଚଳଚ୍ଚିତ୍ରରେ ନିଦ୍ଦେଶନାର ଭାର ସମ୍ଭାଳିବେ ରାକେଶ ଓମପ୍ରକାଶ ମେହରା। ଏହା ପୂର୍ବରୁ ରାକେଶ ଓମପ୍ରକାଶ ମେହରା ‘ଭାଗ୍ ମିଲଖା ଭାଗ୍’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯେଉଁଥିରେ ଫରହାନ ଲିଡ୍ ରୋଲରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ତାହା ବକ୍ସ ଅଫିସରେ ଭଲ ବ୍ୟାବସାୟ ମଧ୍ୟ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories