ଗୁରୁଡିଝାଟିଆ : ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ବେଉରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟିତ୍ରୀ ସୁନନ୍ଦା ବେହେରା, ପ୍ରିୟଙ୍କା ବେହେରା, ଇତିଶ୍ରୀ ଦାସ, ଗୌତମ ବେହେରା, ପରମାନନ୍ଦ ବେଉରା, ଜିଲ୍ଲାପରିଷଦର ପୂର୍ବତନ ସଦସ୍ୟ କେଶବ ଚନ୍ଦ୍ର ଦଳାଇ, ଜ୍ଞାନରଞ୍ଜନ ପଟ୍ଟନାୟକ, ସମାଜସେବୀ ଅଭୟ ସାମଲ, ପ୍ରଶାନ୍ତ ରାଉତ, ରୋଜାଲିନ ମିଶ୍ର, ଶ୍ୱେତାଲିନ ମିଶ୍ର, ଶିବାନୀ ମିଶ୍ର ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ମହନୀୟ ବ୍ୟକ୍ତିତ୍ୱ, ଛାତ୍ର ବତ୍ସଳତା, ବିଦ୍ୟାର୍ଥୀ ସଂସ୍କାର, ସଂସ୍କୃତି କ୍ଷେତ୍ରରେ ଉଦବୃଦ୍ଧ କରିବା ସର୍ବୋପରି ବିଦ୍ୟାଳୟ ଶୈକ୍ଷିକ ବାତାବରଣ ଓ ସବୁଜତାରେ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଶ୍ରୀମତୀ ବେଉରାଙ୍କ ଅବଦାନ ସଂପର୍କରେ ଆଲୋକପାତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଉପଢୌକନ, ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
Popular Categories



