www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରିନ୍ସ କ୍ଲବର ୨୬ତମ ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ନଦୀକୂଳ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ପ୍ରିନ୍ସ କ୍ଳବର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । କ୍ଲବର ସଭାପତି ଶେଷଦେବ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ତଥା କଖଡି ପଞ୍ଚୟତ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରିନ୍ସକ୍ଲବର ସାଧାରଣ ଜନତାଙ୍କ ପ୍ରତି ପ୍ରତିଶୃତିବଦ୍ଧତା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ବୋଲି କହିଥିଲେ । କରୋନା ମହାମାରୀ ସମୟରେ ବିପନ୍ନ ପରିବାର ନିକଟରେ ପହଞ୍ଚି ସହଯୋଗ ଯୋଗାଇଦେବା, ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ଜାତୀୟତାଭାବ ସୃଷ୍ଟି କରିବା ଦିଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଶ୍ରୀମତୀ ଛତାର କହିବା ସହିତ ଆଗାମୀ ଦିନରେ ଅଧିକ କ୍ରିୟାଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଗାଁ କମିଟି ସଭାପତି ଦିଲ୍ଲିପ କୁମାର ଛତାର, ରାମଲୀଳା ପ୍ରଚାର ସମିତିର ସଭାପତି ମାୟାଧର ଦଳାଇ, ବ୍ରଜରାଜ ଖଟୁଆ, ବେଣୁଧର ମହାନ୍ତି, ସନାତନ ମହାନ୍ତି, ସମିତିସଭ୍ୟ ପ୍ରଦିପ ମହାନ୍ତି, ମୂର୍ତ୍ତିକାର ନୃସିଂହ ଚରଣ ବେହେରା, ଜିଲ୍ଲା ବିଜେଡି ସଂପାଦକ ନରେନ୍ଦ୍ର ସାହୁ, ନାରାୟଣ ସାହୁ, ରଞ୍ଜନ ମୁଦୁଲି ପ୍ରମୁଖ ଅତିଥି ଭାବରେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉପସଭାପତି ରଞ୍ଜନ ମୁଦୁଲି ବିବରଣୀ ପାଠ କରିଥିବା ବେଳେ ସାଂସ୍କୃତିକ ସଂପାଦକ ସୌଭାଗ୍ୟ ମହାନ୍ତି, ଓମ୍ ପ୍ରକାଶ ମୁଦୁଲି, ସଂପାଦକ ଶିଳାଦିତ୍ୟ ପରିଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଶୁତୋଷ ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।୨୬ତମ ବାର୍ଷିକ ଉତ୍ସବ ଉପଲକ୍ଷେ କ୍ଲବ ପକ୍ଷରୁ ୨ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories