www.samajalive.in
Sunday, December 14, 2025
23.1 C
Bhubaneswar

ସାଇକେଲରେ ସାରା ଭାରତ ଯାତ୍ରା କରୁଥିବା ରାମ ପ୍ରସାଦ ନସ୍କରଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

ବୌଦ୍ଧ : ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର୍ ପେସାରେ ଶିକ୍ଷକ, ନିଶାରେ ସାଇକେଲ ଯାତ୍ରୀ । ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବଙ୍ଗଳାଦେଶ ଓ ନେପାଳକୁ ସାଇକେଲରେ ୨୫ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରୁଛନ୍ତି । ସେ ଗତ ୨୨ ତାରିଖରୁ ଘରୁ ବାହାରି ଓଡ଼ିଶାର ସମସ୍ତ ଜିଲ୍ଲା ଭ୍ରମଣ କରି ପୁରୀ ଜଗନ୍ନାଥ ଦର୍ଶନ କରି ଜୁନ୍ ୧୨ ତାରିଖରେ ଘରେ ପହଁଚିବା ନେଇ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ତେଲିବନ୍ଧ ଠାରେ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇ​‌ଥିବାବେଳେ ବୁଧବାର ବୌଦ୍ଧ ସହରରେ ପ୍ରବେଶ ପଥରେ ସାମାଜିକ କର୍ମୀ କୃତିବାସ ପଲିଆ ତାଙ୍କୁ ସ୍ବାଗତ କରିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରାଚୀନ ବୌଦ୍ଧ କୀର୍ତ୍ତି ଦର୍ଶନ କରି କନ୍ଧମାଳ ଜିଲ୍ଲା ଅଭିମୁଖେ ଯାତ୍ରା କରିବାରେ ସହଯୋଗ କରିଥିଲେ । ଶ୍ରୀ ନସ୍କର ସାରା ଜୀବନ ସାଇକେଲ ଯାତ୍ର କରି ସ୍ୱଚ୍ଛ ପରିବେଶ, ପଲିଥିନ ମୁକ୍ତ, ଗଙ୍ଗା ବଞ୍ଚାଅ, ଓଡ଼ିଶାର ଗଙ୍ଗା ମହାନଦୀ ବଞ୍ଚାଅ ଅଭିଯାନ ଚାଲୁ ରଖିବାକୁ ସେ ମତ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories