www.samajalive.in
Sunday, December 14, 2025
23.1 C
Bhubaneswar

ଯୁବ ପିଢ଼ି ସଂସ୍କୃତି ସହିତ ଯୋଡ଼ି ହୋଇ ରୁହନ୍ତୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ବିଦାୟୀ ଅଭିଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଆଜକୁ ୫ବର୍ଷ ପୂର୍ବେ ଦେଶବାସୀ ମୋତେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ବାରା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ନିର୍ବାଚିତ କରିଥିଲେ। ଉତ୍ତରପ୍ରଦେଶ କାନପୁର ଦେହାତ ଜିଲାର ପାରୌଁଖ ଗ୍ରାମର ଏକ ସାଧାରଣ ପରିବାରରେ ଜନ୍ମିତ ଜଣେ ବ୍ୟକ୍ତି ଦେଶର ରାଷ୍ଟ୍ରପତି ହେବା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଶକ୍ତିକୁ ପ୍ରତିପାଦିତ କରୁଛି। ଦେଶବାସୀ ତାଙ୍କୁ ଏପରି ସର୍ବୋଚ୍ଚ ପଦରେ ଅବସ୍ଥାପିତ କରିଥିବାରୁ ଶ୍ରୀ କୋବିନ୍ଦ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ​‌ ସେ ସମସ୍ତ ବର୍ଗର ଲୋକଙ୍କ ଠାରୁ ସହଯୋଗ, ସମର୍ଥନ ଓ ଆଶୀର୍ବାଦ ପାଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ନିଜ ଗାଁକୁ ଗସ୍ତ କରିବା ସମୟରେ ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାର ଅନୁଭୂତି ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯୁବ ପିଢି ଆମର ସଂସ୍କୃତି ସହିତ ସର୍ବଦା ଯୋଡି ହୋଇ ରୁହନ୍ତୁ। ନିଜ ସହର ଓ ଗାଁର ପରମ୍ପରା ଏବଂ ବିଦ୍ୟାଳୟ ଓ ଶିକ୍ଷକଙ୍କ ସହିତ ସର୍ବଦା ​‌େ​‌ଯାଡି ହୋଇ ରହିବାର ପରମ୍ପରାକୁ ଆଗକୁ ବଢାଇବା ଦରକାର। ରବିବାର ଶ୍ରୀ କୋବିନ୍ଦଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ୫ବର୍ଷ ଅବଧି ପୂରଣ ହୋଇଛି।
ଶ୍ରୀ କୋବିନ୍ଦ କହିଛନ୍ତି​‌ ଉନବିଂଶ ଶତାବ୍ଦୀରେ ଭାରତ ଅନେକ ସମସ୍ୟା ମଧ୍ୟ ଦେଇ ଗତିକରିଥିଲା। ମାତ୍ର ଏକବିଂଶ ଶତାବ୍ଦୀ ଭାରତର ଯୁଗ ହେବାକୁ ଯାଉଛି। ଏଥିପାଇଁ ଭାରତ ନିଜକୁ ପ୍ରସ୍ତୁତ କରିଚାଲିଛି। ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରୀ କୋବିନ୍ଦ ସ୍ମରଣ କରି କହିଛନ୍ତି ଯେ ବାଲ ଗଙ୍ଗାଧର ତିଳକଙ୍କ ଠାରୁ ଭଗତ ସିଂହ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହାର ଲାଲ ନେହେରୁ, ସର୍ଦ୍ଦାର ପଟେଲ, ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରମୁଖ ଇତିହାସ ସୃଷ୍ଟି କରିଯାଇଛନ୍ତି। ଦେଶର ସାମୂହିକ ସ୍ବାର୍ଥ ପାଇଁ ଏମାନଙ୍କ ତ୍ୟାଗ ମାନବ ଜାତି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। ସେ କହିଛନ୍ତି ଯେ ନ୍ୟାୟ, ସମାନତା, ସ୍ବାଧୀନତା ଓ ଭାତୃତ୍ବଭାବ ଗଣତନ୍ତ୍ରର ମୂଳ ଆଧାର। ଏଥିରେ କେହି ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ। ଆମର ସମ୍ବିଧାନ ପ୍ରଣେତା ଡକ୍ଟର ଆମ୍ବେଦକର ଦୁଇ ପ୍ରକାର ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦେଖାଇଛନ୍ତି। ଗୋଟିଏ ହେଲା ରାଜନୈତିକ ଗଣତନ୍ତ୍ର ଓ ଅନ୍ୟଟି ହେଲା ସାମାଜିକ ଗଣତନ୍ତ୍ର। ସାମାଜିକ ଗଣତନ୍ତ୍ର ହେଉଛି ବ୍ୟକ୍ତି ଜୀବନ ଧାରଣର ମାନ। ଯେଉଁଥିରେ ସମାନତା, ସ୍ବାଧୀନତା ଓ ଭାତୃତ୍ବଭାବକୁ ପ୍ରାଥମିକତା ଦିଆଯାଇଥାଏ। ତେଣୁ ଆମେ ରାଜନୈତିକ ଗଣତନ୍ତ୍ର ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ଦିଗରେ ସମସ୍ତଙ୍କର ଅବଦାନ ରହିବା ଦରକାର। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତି ମା’ ଏବେ ବିପଦରେ। ତେଣୁ ପରିବେଶର ସୁରକ୍ଷା ନିମନ୍ତେ ସମସ୍ତେ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ଶ୍ରୀ କୋବିନ୍ଦ କହିଛନ୍ତି।
ବିଶେଷକରି ଆମ ଭବିଷ୍ୟତ ପିଢିର ପିଲାମାନଙ୍କ ନିମନ୍ତେ ଆମେ ଜଳ, ଜମି, ବାୟୁର ପ୍ରଦୂଷଣକୁ ରୋକିବା ଜରୁରୀ। ସେ କହିଛନ୍ତି ଯେ ଦେଶ ଏବେ ପ୍ରତ୍ୟେକ ପରିବାରକୁ ଘର, ପାନୀୟ ଜଳ ଓ ବିଜୁଳି ଯୋଗାଇ ଦେବାକୁ କାର୍ଯ୍ୟ କରୁଛି। ଆମର ସାମାଜିକ କର୍ମୀମାନେ ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ବିକାଶ ସହିତ ଯୋଡିବାକୁ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories