www.samajalive.in
Sunday, December 14, 2025
26.1 C
Bhubaneswar

ପିଓକେ, ବଲଟିସ୍ତାନ ପାକିସ୍ତାନର ଜବରଦଖଲ ଅଞ୍ଚଳ

ଜାମ୍ମୁ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଓ ଗିଲଗିଟ୍ ବଲଟିସ୍ତାନ ହେଉଛି ପାକିସ୍ତାନର ଜବରଦଖଲ ଅଞ୍ଚଳ। ଏହା ପାକିସ୍ତାନର ସାର୍ବଭୌମତ୍ବର ଅଂଶ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଜାମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ ପିଓକେ ସମେତ ସମଗ୍ର ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏଠାରେ ରହିଥିବା କୃତ୍ରିମ ପ୍ରତିବନ୍ଧକ ଦୂର ହୋଇଛି। ଏହା ସହିତ ଏଠାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ୧୯୬୫ ଓ ୧୯୭୧ରେ ପାକିସ୍ତାନ ପ୍ରତ୍ୟକ୍ଷ ଯୁଦ୍ଧ କରି ଭାରତ ଠାରୁ ପରାଜୟ ବରଣ କରିଥିଲା। ପରବର୍ତ୍ତୀ ସମୟରେ ଭାରତ ବିରୋଧରେ ଛାୟା ଯୁଦ୍ଧ କରି ମଧ୍ୟ ପାକିସ୍ତାନ ପରାଜୟ ବରଣ କରିଛି। ଭାରତର ସାହସୀ ଓ ବୀର ଯବାନଙ୍କ ଯୋଗୁଁ ଭାରତର ଅଖଣ୍ଡତା ବଜାୟ ରହିଛି। ୧୯୯୯ରେ ଭାରତ ବିରୋଧରେ ପାକିସ୍ତାନ ଛାୟା ଯୁଦ୍ଧ ପୂର୍ବକ ଲଦାଖର କାର୍ଗିଲ ପାର୍ବତ୍ୟ ଉପତ୍ୟକାକୁ ବେଆଇନ ଭାବେ ଦଖଲ କରିଥିଲା। ମାତ୍ର ଭାରତ ସେନା ଅଦମ୍ୟ ସାହସ ଓ ପରାକ୍ରମର ସହିତ ପାକିସ୍ତାନ ସେନାକୁ ବିତାଡିତ କରିବାରେ ସଫଳ ହୋଇଥିଲା। ଭାରତ ସେନାର ଏହି ସଫଳତା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ପାଳିତ ହେଉଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories