www.samajalive.in
Monday, December 15, 2025
26.1 C
Bhubaneswar

ଆଠଗଡରେ ପରୀକ୍ଷା ଦେବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ଖସିଲା ଫ୍ୟାନ, ଦୁଇ ଆହତ

ଆଠଗଡ଼- ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ ଫ୍ୟାନ ଖସିପଡ଼ି ଦୁଇଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଛାତ୍ର ହେଲେ ସମିର ସେଠୀ ଏବଂ ତାପସ ଜେନା। ମଙ୍ଗଳବାର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ + ୨ ପ୍ରଥମବର୍ଷ ଓଡ଼ିଆ ପରୀକ୍ଷା ଚାଲିଥିବା ବେଳେ ହଠାତ ଏକ ଫ୍ୟାନ ଛିଣ୍ଡି ପରୀକ୍ଷା ଦେଉଥିବା ଦୁଇଜଣ ଛାତ୍ର ଉପରେ ପଡି ଯାଇଥିଲା । ଆହତ ଦୁଇଜଣ ଛାତ୍ରଙ୍କୁ ମହାବିଦ୍ୟାଳୟର କର୍ମଚାରୀ ଆଠଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ଆଣିବା ପରେ ସେମାନେ ପୁନର୍ବାର ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ।

ତେବେ ଫ୍ୟାନଟି ସମ୍ପୃକ୍ତ ଦୁଇ ଛାତ୍ରଙ୍କ ମଝିରେ ପଡିବା ଫଳରେ ସେମାନେ ବଡଧରଣର କ୍ଷତିରୁ ଅଳ୍ପକେ ବର୍ତ୍ତିଛନ୍ତି। ଫ୍ୟାନର ବ୍ଲେଡ୍ ବାଜି ଜଣଙ୍କର ମୁଣ୍ଡ ଓ ଅନ୍ୟ ଜଣଙ୍କର ବେକରେ କ୍ଷତ ସୃଷ୍ଟି ହୋଇଥିଲା। କଲେଜରେ ଲାଗିଥିବା ଫ୍ୟାନ ଗୁଡ଼ିକର ସଠିକ୍ ଭାବରେ ରକ୍ଷଣାବେକ୍ଷଣ ହେଉନଥିବାରୁ ଏଭଳି ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ଗତ ୧୫ ଦିନ ପୂର୍ବରୁ ଫ୍ୟାନ ଗୁଡିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ମାଧ୍ୟମରେ ମରାମତି କରାଯାଇଥିଲା, କିନ୍ତୁ କିଭଳି ଫ୍ୟାନ ଛିଡି ପଡ଼ିଲା ତାହା ବୁଝାପଡୁନି ବୋଲି କହିଛନ୍ତି। ଏହାର ତଦନ୍ତ କରାଯିବ ଏବଂ ଯଦି କେହି ଅବହେଳା କରିଥିବା ଜଣାପଡିବ ସେ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଡଃ ସାହୁ ପ୍ରକାଶ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories