www.samajalive.in
Saturday, December 6, 2025
15.1 C
Bhubaneswar

ସମୁଦ୍ର ତଟରେ ସ୍ଥିତ ଏହି ମନ୍ଦିର : ପରିସରରେ ରହିଛି ଦୁନିଆର ୨ୟ ସବୁଠାରୁ ବିଶାଳ ଭଗବାନ ଶିବଙ୍କର ମୂର୍ତ୍ତି

ଭାରତକୁ ମନ୍ଦିର ମାନଙ୍କ ଦେଶ ବୋଲି କୁହାଯାଏ। ଦେଶରେ ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ସମ୍ବନ୍ଧ ପୂର୍ବ ଯୁଗ କିମ୍ବା ପୁରାତନ କାଳ, ଯାହାର ଇତିହାସ ରାମାୟଣ ସହ ରହିଛି ବୋଲି ମଧ୍ୟ କୁହାଯାଏ। ଏହି ମନ୍ଦିର କର୍ଣ୍ଣାଟକର କନ୍ନଡ ଜିଲାର ଭଟକଲ ତହସିଲରେ ସ୍ଥିତ। ଯାହାର ୩ଟି ପଟରୁ ଆରବସାଗର ଘେରି ରହିଛି। ସମୁଦ୍ର ତଟରେ ସ୍ଥିତ ହେବା କାରଣରୁ ଏହି ମନ୍ଦିର ନିକଟରେ ଆଖପାଖର ଦୃଶ୍ୟ ଖୁବ ସୁନ୍ଦର ଓ ମନୋହର।
ମନ୍ଦିରର ନାମ ମୁରୁଦେଶ୍ୱର । ଭଗବାନ ଶିବଶଙ୍କର ଏକ ନାମ। ଏହି ମନ୍ଦିରର ସଠୁବାରୁ ବଡ ବିଶେଷତ୍ୱ ହେଉଛି, ମନ୍ଦିରର ପରିସରରେ ଥିବା ଭଗବାନ ଶିବଙ୍କର ଏକ ବିଶାଳ ମୂର୍ତ୍ତି ସ୍ଥାପନ ହୋଇଛି। ଯାହାକୁ ଦୁନିଆର ୨ୟ ସବୁଠାରୁ ବିଶାଳ ଓ ଉଚ୍ଚ ଶିବଙ୍କ ପ୍ରତିମା ରହିଛି ବୋଲି କୁହାଯାଏ ।
ଭଗବାନ ଶିବଙ୍କର ଏହି ବିଶାଳ ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୨୩ ଫୁଟ ରହିଛି। ଏହାକୁ ଏଭଳି ଶୈଳୀରେ ନିର୍ମାଣ କରାଯାଇଛି, ଯାଦ୍ୱାରା ସାରାଦିନ ସୂର୍ଯ୍ୟଙ୍କ କିରଣ ମୂର୍ତ୍ତିକୁ ଅଭିଷେକ କରୁଥାଆନ୍ତି। ଏହି କାରଣରୁ ମୂର୍ତ୍ତି ସର୍ବଦା ଚମକୁଥାଏ। ଏହାକୁ ର୍ନିମାଣ କରିବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା। ଏହାସହ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ମନ୍ଦିରର ଦର୍ଶନ ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଲୋକେ ଆସିଥାଆନ୍ତି।
ମୁରୁଦେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କ ଆତ୍ମଲିଙ୍ଗ ମଧ୍ୟ ସ୍ଥାପିତ ହୋଇଛି। ପୌରାଣିକ କଥା ଅନୁଯାୟୀ, ରାବଣ ଯେଉଁ ସମୟରେ ଅମର ବର ପ୍ରାପ୍ତି ପାଇଁ ଭଗବାନ ଶିବଶଙ୍କର ତପସ୍ୟା କରୁଥିଲେ, ସେହି ସମୟରେ ପ୍ରଭୁ ଶଙ୍କର ଖୁସି ହୋଇ ରାବଣକୁ ଏକ ଶିବଲିଙ୍ଗ ପ୍ରଦାନ କରିଥିଲେ। ଯାହାକୁ ଆତ୍ମଲିଙ୍ଗ ବୋଲି କୁହାଯାଏ। ଶିବଶଙ୍କର ରାବଣକୁ କହିଥିଲେ ତୁମେ ଯଦି ଅମର ହେବାକୁ ଚାହୁଁଛ ତେବେ ଏହାକୁ ଲଙ୍କାରେ ନେଇ ସ୍ଥାପିତ କର। ମାତ୍ର ଲଙ୍କା ପୂର୍ବରୁ ଯେଉଁଠାରେ ଏହାକୁ ରଖିବା ତାହା ସ୍ଥାପିତ ହୋଇଯିବ।
ଭଗବାନ ଶଙ୍କରଙ୍କ କହିବାନୁଯାୟୀ, ରାବଣ ଶିବଲିଙ୍ଗ ନେଇ ଲଙ୍କା ଯିବା ସମୟରେ ରାସ୍ତା ମଝିରେ ଶିବଲିଙ୍ଗ ରଖିଦେଇଥିଲେ। ଯାହାଫଳରେ ତାହା ସେଠାରେ ହିଁ ସ୍ଥାପିତ ହୋଇଗଲା , ଏହା ପରେ ରାବଣକୁ କ୍ରୋଧ ଆସିବା ଯୋଗୁଁ ସେ ଶିବଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲା।
ଏହି କ୍ରମରେ ଯେଉଁ ବସ୍ତ୍ରରେ ଶିବଲିଙ୍ଗରେ ବ୍ୟବହାର ହୋଇଥିଲା, ତାହା ମ୍ରିଦେଶ୍ୱରର କାନଡୁକା ପର୍ବତରେ ପଡ଼ିଲା। ମ୍ରିଦେଶ୍ୱରକୁ ହିଁ ଏବେ ମୁରୁଦେଶ୍ୱର ନାମରେ ଜଣାଶୁଣା। ଶିବ ପୁରାଣରେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories