www.samajalive.in
Friday, December 5, 2025
20.1 C
Bhubaneswar

‘ସମାଜ’ ପ୍ରଭାବ: ଖବର ପ୍ରକାଶିତ ହେବା ପରେ ପ୍ରଶାସନର ତତ୍ପରତା

ରେଙ୍ଗାଲିକେମ୍ପ : ସରକାର ଦେଶରେ ଗରିବମାନଙ୍କ ମୂଳୋତ୍ପାଟନ ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ ବେଳେ ବେଳେ ଅନେକ କାରଣରୁ ପ୍ରକୃତ ହିତାଧିକାରୀ ସେହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ହୁଏତ ପ୍ରଶାସନିକ କର୍ମଚାରୀଙ୍କ ଅବହେଳା ହେଉ ବା ଅନ୍ୟ କୌଣସି କାରଣରୁ। ଏମିତି ଅତାବିରା ଏନଏସିରେ ଦୀର୍ଘ ତିରିଶ ବର୍ଷ ଧରି ରହିଆସୁଥିବା ରତ୍ନମଣି ବାରିକ ସରକାରୀ ଯୋଜନାର ହିତାଧିକାରୀ ହୋଇ ମଧ୍ୟ ଆଜି ଯାଏ ଭୂମିହୀନ, ଗୃହହିନ ହୋଇ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି। ତେଣୁ ଗତ କାଲି ଅର୍ଥାତ୍୭/୭ ତାରିଖରେ ସମାଜ ଖବର କାଗଜରେ ରତ୍ନମଣିଙ୍କ ବିଷୟରେ ପ୍ରକାଶିତ ହେବା ପରେ ଆଜି ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ସୌର୍ୟ୍ୟରଞ୍ଜନ ମିଶ୍ରଙ୍କ ସହ କର୍ମଚାରୀମାନେ ପହଞ୍ଚିଥିଲେ ରତ୍ନମଣିଙ୍କ ଘରକୁ। ରତ୍ନମଣିଙ୍କୁ ସମ୍ପୂର୍ଣ୍ଣ ପଚରା ଉଚରା କରି ସେମାନେ ଜାଣିଥିଲେ ଯେ ରତ୍ନମଣି ପ୍ରକୃତରେ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ। ରତ୍ନମଣିଙ୍କ ଶୋଚନୀୟ ଅବସ୍ଥାକୁ ଦେଖି କିଛି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ। ଏହାସହ ଯେଉଁ ସବୁ ସରକାରୀ ସହାୟତା ପାଇବା ପାଇଁ ରତ୍ନମଣି ଯୋଗ୍ୟ, ସେ ସବୁ ସହାୟତା ସାତ ଦିନ ଭିତରେ ପାଇବେ ବୋଲି କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଯାହାସବୁ କାଗଜ ପତ୍ର ଦରକାର୍ ସବୁ ମଗାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories