www.samajalive.in
Sunday, December 7, 2025
14.1 C
Bhubaneswar

ପରିବା ଚାଷ ଗାଁକୁ ଦେଇଛି ନୂଆ ପରିଚୟ

ବୌଦ୍ଧ : ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବଜାରର ପନିପରିବା ଦର ଆକାଶ ଛୁଆଁ ରହିଛି। ହେଲେ ବୌଦ୍ଧ ଜିଲାରେ ଏଭଳି ଏକ ଗାଁ ରହିଛି ଯେଉଁଠି ଅଧା ଦରରେ ମିଳୁଛି ପୋଟଳ ଭଳି ପରିବା। ଆଉ ପୋଟଳ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ବୌଦ୍ଧ ଜିଲା ସାଲୁଙ୍କୀ ନଦୀ ଅବବାହିକାରେ ଥିବା ଗ୍ରାମର ଚାଷୀ। ସେହି ଗାଁର ନାଁ ହେଉଛି ଗିରାସିଙ୍ଗା। ପୋଟଳ ଚାଷ ଏହି ଗ୍ରାମକୁ ଦେଇଛି ସ୍ବତନ୍ତ୍ର ପରିଚୟ। ବୌଦ୍ଧ ଜିଲା ଦେଇ ପ୍ରବାହିତ ମହାନଦୀର ଏକ ପ୍ରମୁଖ ଉପନଦୀ ସାଲୁଙ୍କୀ ନଦୀ। ବୌଦ୍ଧ ଜିଲାର ବଘିଆପଡା ନିକଟସ୍ଥ ପାଲଝାରଠାରେ ସାଲୁଙ୍କୀ ପ୍ରକଳ୍ପ ନିର୍ମାଣ ହୋଇଛି।

ବୌଦ୍ଧ ଜିଲା ଦେଇ ପ୍ରବାହିତ ସାଲୁଙ୍କୀ ନଦୀର ସେହି ୧୫ କିଲୋମିଟର ଉପତ୍ୟକାର ଉଭୟ ପାର୍ଶ୍ବ ପନିପରିବା ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଏହି ସାଲୁଙ୍କୀ ନଦୀ ଉପତ୍ୟକାରେ ରହିଛି ଗିରାସିଙ୍ଗା ଗ୍ରାମ ଯେଉଁଠି ବର୍ଷ ତମାମ ପନିପରିବା ଚାଷ ହୋଇଥାଏ। ବୌଦ୍ଧ ଜିଲା ସଦର ବ୍ଲକ ଅନ୍ତର୍ଗତ ବଢିଗାଁ ପଞ୍ଚାୟତର ରାଜସ୍ବ ଗ୍ରାମ ଗିରାସିଙ୍ଗା। ପୂର୍ବରୁ ଏହି ଗ୍ରାମର ବାଇଗଣ ପଶ୍ଚିମ ଓଡିଶାରେ ବେଶ ନା କରିଥିବାବେଳେ ବିଗତ କିଛି ବର୍ଷ ହେଲା ଏହି ଗିରାସିଙ୍ଗା ଗ୍ରାମର ଶତାଧିକ ଚାଷୀ ପରିବାର ପୋଟଳ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗିରାସିଙ୍ଗାର ଚାଷୀମାନେ ସାଲୁଙ୍କୀ ନଦୀର ଉପତ୍ୟକାରେ ନିଜ ନିଜ ସ୍ବଳ୍ପ ପଡିଆ ଜମିକୁ ଉର୍ବର କରି ସେଠାରେ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପୋଟଳ ଚାଷ କରିଥାନ୍ତି। ଗିରାସିଙ୍ଗାର ପୋଟଳ କେବଳ ବୌଦ୍ଧ ଜିଲା କିମ୍ବା ପଶ୍ଚିମ ଓଡ଼ିଶାରେ ନୁହେଁ ଏହାର ଚାହିଦା ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ରହିଛି।

- Advertisement -

ବୌଦ୍ଧ ଜିଲା ସମେତ ରାଜ୍ୟର ବିଭିନ୍ନ ବଜାରରେ ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗିରିସିଙ୍ଗା ଗ୍ରାମର ଚାଷୀ ବର୍ତ୍ତମାନ ପୋଟଳ କିଲୋ ମାତ୍ର ୨୫ ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହି ଗାଁର ଜଣେ ଚାଷୀ ବିଷ୍ଣୁ ଚରଣ ଅମାତ କହିଛନ୍ତି, ଗିରାସିଙ୍ଗା ପୋଟଳର ଚାହିଦା ରହିଥିବା ସତ୍ତ୍ୱେ ବିଶେଷ ଲାଭ ମିଳୁନାହିଁ। ଉଦ୍ୟାନ କୃଷି ବିଭାଗର ଅସହଯୋଗ ଯୋଗୁଁ ଏଠାକାର ଚାଷୀଙ୍କୁ କୌଣସି କୃଷି ସମ୍ବନ୍ଧୀୟ ପରାମର୍ଶ କିମ୍ବା ସରକାରୀ ସହାୟତା ମିଳିପାରୁନଥିବା ଅଭିଯୋଗ ହୋଇଛି। ପୋଟଳର ବଜାର ଦର ଯଥେଷ୍ଟ ଥିଲେ ମଧ୍ୟ ଗିରାସିଙ୍ଗା ଗ୍ରାମର ଚାଷୀ ପୋଟଳର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ବୌଦ୍ଧ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗିରାସିଙ୍ଗାର ଚାଷୀ ମାନେ ଦାବି କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories