www.samajalive.in
Sunday, December 14, 2025
18.1 C
Bhubaneswar

ଦୁର୍ଘଟଣାର ଶିକାର ହୋଇଥିବା ପୁଅର ଅଙ୍ଗ ଦାନ କଲେ ପରିବାର ଲୋକେ

ଗୁଣପୁର : ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ରେଗେଡା ଗ୍ରାମର ଯୁବକ ଦୀଲ୍ଲୀପ୍ ମାଣ୍ଡାଙ୍ଗୀ ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ କାଶୀନଗର ମେଡିକାଲରେ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେଏମଏସ GEMS ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବ୍ରେନ୍ ଡେଡ୍ ହୋଇସାରିଥିବା ସେଠାକାର ଡାକ୍ତର କହିଥିଲେ। ତାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଥିଲା।  ଯୁବକ ବଞ୍ଚିବା କଷ୍ଟ ନେଇ ଡାକ୍ତର କହିବା ପରେ ଗୁରୁତର ଯୁବକର ବାପା ସତ୍ୟ ମାଣ୍ଡାଙ୍ଗୀ  ତାଙ୍କ ପୁଅର ଶରୀରରେ ଥିବା ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ। ତାଙ୍କ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚିରହିବା ପାଇଁ ନିବେଦନ କରିଥିଲେ। ସତ୍ୟଙ୍କ ନିବେଦନକୁ ନେଇ ମେଡିକାଲ କର୍ତ୍ତୃପକ୍ଷ  ଯୁବକର ଅର୍ଗାନ କାଢି ଆବଶ୍ୟକ ଥିବା ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ ପାଇଁ ରାଜି ହୋଇଥିଲେ।

ବ୍ରେନ ଡେଡ୍ ହୋଇ ଥିବା ଦୀଲ୍ଲୀପ୍ ମାଣ୍ଡାଙ୍ଗୀଙ୍କ  ବିଭିନ୍ନ ଅଙ୍ଗ ଦାନକୁ ନେଇ ପ୍ରକ୍ରିୟା  ମେଡିକାଲ୍ କର୍ତ୍ତୃପକ୍ଷ କରିଥିଲେ । ଯୁବକଙ୍କ ଶରୀରକୁ ଜେଏମ୍ଏସ୍ ମେଡିକାଲ  ଅପରେସନ ଥିଏଟରକୁ ନିଆଯାଇଥିଲା । ବାହାର ବଡ ମେଡିକାଲର ବିଭିନ୍ନ ସ୍ଥାନରୁ ବରିଷ୍ଟ ଡାକ୍ତରୀ ଦଳ ଶରୀରର ଅର୍ଗାନ କଡାଯିବା ନେଇ ନିୟୋଜିତ ରହିଥିଲେ। ଦୀଲ୍ଲୀଙ୍କ ଶରୀରରୁ ଦୁଇଟି କିଡିନି, ଫୁସଫୁସ, ଲିଭର ବାହାର କରିଥିଲେ। ଏହି ଅର୍ଗାନ ଛଅ ଜଣକୁ ଜୀବନ ବଞ୍ଚାଇପାରିବ ବୋଲି ଡାକ୍ତର କହିଛନ୍ତି। ବାହାର ହୋଇଥିବା ଅର୍ଗାନକୁ  ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର କରି ଏୟେରାଲିଫଟ କରିବାର ବ୍ୟବସ୍ଥା କରି ବିଶାଖାପାଟଣାର କିମ୍ସ ( KIMS ) ମେଡିକାଲକୁ ପଠାଇଥିବା ଡାକ୍ତର କହିଛନ୍ତି। ମେଡିକାଲ କର୍ତୁପକ୍ଷ ଦୀଲ୍ଲୀପଙ୍କ ଶବକୁ ଶେଷ ସମ୍ନାନ ଜଣାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରିଛନ୍ତି। ଶବକୁ ଆଜି ରେଗେଡା ଗ୍ରାମରେ ମେଡିକାଲ କର୍ତ୍ତୃପକ୍ଷ ପହଞ୍ଚାଇଛନ୍ତି। ଯୁବକଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିସ୍ଥିତ ଉପୁଜିଥିବାବେଳେ ଯୁବକଙ୍କ ଅଙ୍ଗଦାନ ପାଇଁ ତାଙ୍କ ପରିବାର ଏଭଳି ମହତ ଚିନ୍ତାଧାରା କୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ନିୟମ ଅନୁଯାୟୀ ମୃତ ଯୁବକର ପରିବାରକୁ ସହୋଯୋଗ ହାତ ବଢାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

- Advertisement -

ପ୍ରକାଶ ଥାଉକି ରେଗେଡା ଗ୍ରାମର ଦୀଲ୍ଲୀପ୍ ପାଲକା, ଦୀଲ୍ଲୀ ମାଣ୍ଡାଙ୍ଗୀ ଦୁଇ ଜଣ ବନ୍ଧୁ ମିଶିକ ବାଇକ୍ ଯୋଗେ ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ଶିଆଳି ଅଭିମୁଖେ ଯାଉଥିଲେ। ଗତ ୭ ତାରିଖ ବୁଧବାର ଦିନ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ। ଘଟଣାସ୍ଥଳରେ ଦୀଲ୍ଲୀପ୍ ପାଲାକାଙ୍କ ମୃତ୍ୟୁ ହୋଇଥିଲା। ଦୀଲ୍ଲୀପ୍ ମାଣ୍ଡାଙ୍ଗୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କାଶୀନଗର ମେଡିକାଲ ପରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ଜେମ୍ଏସ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଦୀଲ୍ଲୀପ୍ ମାଣ୍ଡାଙ୍ଗୀଙ୍କ ଆଜି ଅଙ୍ଗଦାନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୨୪ ବର୍ଷ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories