www.samajalive.in
Sunday, December 14, 2025
18.1 C
Bhubaneswar

ଗୌତମ ବୁଦ୍ଧଙ୍କ ଜୟନ୍ତୀ ପାଳିତ

ପିପିଲି :ଆମ୍ବେଦକର ଲୋହିଆ ବିଚାରମଞ୍ଚ, ପୁରୀ ଶାଖା ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ଭାରତୀପୁର ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ସୋମବାର ଦିନ ଗୌତମ ବୁଦ୍ଧଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଅତିଥି ଭାବେ ଶିକ୍ଷାବିତ୍‌‌ ଓ ସମାଜସେବୀ ଘାସିରାମ ପଣ୍ଡା, ଆମ୍ବେଦକର ଲୋହିଆ ବିଚାରମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ, ବେରବୋଇ ସ୍ଥିତ କସ୍ତୁରବା ଟ୍ରଷ୍ଟର ସଂଚାଳିକା କବିତାରାଣୀ ପରିଡା ଏବଂ ସାମାଜିକ କର୍ମୀ କିଷାନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୌତମ ବୁଦ୍ଧଙ୍କ ଜୀବନୀ, ଆଦର୍ଶ ଓ ଆଜିର ସାଂପ୍ରତିକ ପରିସ୍ଥିତିରେ ଗୌତମ ବୁଦ୍ଧଙ୍କ ଶାନ୍ତି, ପ୍ରେମ, ଅହିଂସା ଓ ସମାନତାର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କୁନି କୁନି ଶିଶୁ କଳାକାରଙ୍କ ନାଟକ ପରିବେଷଣ କରାଯାଇଥିଲା। ଆମ୍ବେଦକର ଲୋହିଆ ବିଚାରମଞ୍ଚ, ପୁରୀ ଶାଖା ସଭ୍ୟ ଅକ୍ଷୟ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସାମାଜିକ କର୍ମୀ ରମାକାନ୍ତ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଗୋବିନ୍ଦ ବେହେରା, ପ୍ରଦୀପ ନାୟକ, ନାରାୟଣ ବେହେରା, ପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories