www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡ କଲେଜ ରେଞ୍ଜର ୟୁନିଟ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ରେଞ୍ଜର ୟୁନିଟ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ ହୋଇଛି। ରାଜଭବନଠାରେ ଭାରତ ସ୍କାଉଟ ଓ ଗାଇଡର ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କ୍ଲବ ବୁଲବୁଲ୍, ସ୍କାଉଟ-ଗାଇଡ ଏବଂ ରୋଭର-ରେଞ୍ଜର ମାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।  ରାଜ୍ୟପାଳ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସରେ ଚିଫ୍ ପାଟ୍ରନ ହରିବାବୁ କମ୍ଭବପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ସ୍କୁଲ ଓ କଲେଜ ୟୁନିଟକୁ ପୁରସ୍କାର ବିତରଣ କରିଥିଲେ।
ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜର ଶ୍ରୀମା ରେଞ୍ଜର ଦଳ ‘ଲିଙ୍ଗଗତ ଅସମାନତା’ ଉପରେ ଏକ ପ୍ରକଳ୍ପ  ପାଇଁ ଜାତୀୟସ୍ତରୀୟ ‘ଲକ୍ଷ୍ମୀ ମଜୁମଦାର ସ୍ମାରକୀ ପୁରସ୍କାର ପାଇବାକୁ ଯୋଗ୍ୟତା ହାସଲ କରିଥିବାରୁ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏବଂ ରେଞ୍ଜର ଲିଡର ଅଧ୍ୟାପିକା ଡ.ସୁରେଖା ଦାସ ରାଜ୍ଯପାଳଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories