www.samajalive.in
Friday, December 12, 2025
23.1 C
Bhubaneswar

୫ ଭାରତୀୟଙ୍କୁ ଚୀନ ସେନାର ଅପହରଣ

ଇଟାନଗର : ଚୀନ ସେନା ୫ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପହୃତ ଲୋକମାନେ ଅରୁଣାଚଳ ପ୍ରଦେଶର ସୀମାନ୍ତ ସୁବନଶିରି ଜିଲା ବାସିନ୍ଦା ବୋଲି ପୁଲିସ କହିଛି। ଶୁକ୍ରବାର ସୁବନଶିରି ଜିଲା ନାଚୋ ଅଞ୍ଚଳର କିଛି ଯୁବକ ଶିକାର ପାଇଁ ସୀମାନ୍ତ ଅଞ୍ଚଳକୁ ଯାଇଥିବାବେଳେ ୫ଜଣଙ୍କୁ ଅପହରଣ କରି ନିଆଯାଇଥିବା ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶ ପାଶିଘାଟ ୱେଷ୍ଟର ବିଧାୟକ ନିନୋଙ୍ଗ ଇରିଙ୍ଗ ଶନିବାର ଟୁଇଟ୍ କରି ଜଣାଇଛନ୍ତି ଯେ ଚୀନ ସେନା ସୁବନଶିରି ଜିଲାର ୫ଜଣଙ୍କୁ ଅପହରଣ କରିନେଇଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଶିକାର ପାଇଁ ଯାଇଥିବା ଯୁବକଙ୍କ ମଧ୍ୟରୁ ଦୁଇଜଣ ଫେରିଆସିବାରେ ସଫଳ ହୋଇଛନ୍ତି। ଅପହୃତ ଯୁବକମାନେ ହେଲେ ଟୋଚ ସିଙ୍ଗକାମ, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତାନୁ ବାକେର ଓ ଙ୍ଗାରୁ ଡିରି। ଏମାନେ ସମନ୍ତେ ତାଗିନ ସମ୍ପ୍ରଦାୟର ଲୋକ। ସେମାନଙ୍କ ପରିବାର ସଦସ୍ୟ ଜିଲା ମୁଖ୍ୟାଳୟ ଡାପୋରିଜୋରେ ବାସ କରୁଛନ୍ତି। ନାଚୋ ଅଞ୍ଚଳଟି ଜିଲା ମୁଖ୍ୟାଳୟ ଠାରୁ ୧୨୦ କିମି ଦୂର। ଅପହୃତ ଯୁବକମାନଙ୍କୁ ଫେରାଇ ଆଣିବା ଲାଗି ପରିବାର ଲୋକ ଥାନାରେ ଅଭିଯୋଗ କରିବା ସହିତ ଭାରତୀୟ ସେନା ନିକଟରେ ନିବେଦନ କରିଛନ୍ତି।

- Advertisement -

କଂଗ୍ରେସ ବିଧାୟକ ନିନୋଙ୍ଗ କହିଛନ୍ତି ଯେ ଚୀନ ଓ ଏହାର ସେନାକୁ କଡା ଜବାବ ଦିଆଯିବା ଦରକାର। କିଛି ମାସ ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଘଟିଥିବା ନିନୋଙ୍ଗ କହିଛନ୍ତି। ମାର୍ଚ୍ଚ ମାସରେ ଜଣେ ୨୧ବର୍ଷର ଯୁବକକୁ ମ୍ୟାକମୋହନ ଲାଇନ ଅଞ୍ଚଳରୁ ଚୀନ ସେନା ଅପହରଣ କରିନେଇଥିଲେ। ଯୁବକ ଜଣଙ୍କୁ ୧୯ଦିନ ନିଜ ଅଧୀନରେ ରଖିବା ପରେ ଚୀନ ସେନା ତାଙ୍କୁ ମୁକ୍ତ କରିଥିଲା। ବର୍ତ୍ତମାନ ସୀମା ବିବାଦକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅପହରଣ ଘଟଣା ଏହାକୁ ଅଧିକ ଉତ୍ତେଜିତ କରିଛି। ପାନଗଙ୍ଗ ହ୍ରଦର ଦକ୍ଷିଣ କୂଳର ଅନେକ ପାର୍ବତ୍ୟ ଅଞ୍ଚଳ ଫିଙ୍ଗର ୨ ଓ ୩କୁ ଭାରତ ଚୀନ ସେନା କବଜାରୁ ମୁକ୍ତ କରି ନିଜ ଅଧୀନକୁ ନେଇ ଆସିଛି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories