www.samajalive.in
Friday, December 12, 2025
23.1 C
Bhubaneswar

୧୧ରେ +୨ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ରିଚେକିଂ ଓ ରିଆଡିସନ୍‌ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ରିଚେକିଂ ଓ ରିଆଡିସନ୍‌ ପାଇଁ ତାରିଖ ଘୋଷଣା କରାଯାଇନି। ତେବେ ଆସନ୍ତା ୧୧ ତାରିଖରେ ରିଚେକିଂ ଓ ରିଆଡିସନ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ୧୫ ଦିନ ସମୟ ପ୍ରଦାନ କରାଯିବ। ଅନ୍‌ଲାଇନ୍‌ରେ ଆବେଦନ ସହ ଦେୟପୈଠ କରିବାକୁ ହେବ।
ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଓ ଅପ୍‌ସିନାଲ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯିବ। ସରକାରଙ୍କ ଅନୁମତି ମିଳିବା ପରେ ପରୀକ୍ଷାର କାର୍ଯ୍ୟସୂଚୀ ପରିଷଦ ପକ୍ଷରୁ ଘୋଷଣା କରାଯିବ। ପରୀକ୍ଷା ହୋଇ ନଥିବା ବିଷୟରେ ମିଳିଥିବା ମାର୍କକୁ ନେଇ ବିଦ୍ୟାର୍ଥୀ ଅସନ୍ତୁଷ୍ଟ ପ୍ରକାଶ କଲେ ଅପ୍‌ସିନାଲ ପରୀକ୍ଷା ଦେବେ। ଏଗ୍ରିଗେଟ୍‌ ମାର୍କ ରଖି ଗୋଟିଏ ବିଷୟରେ ଫେଲ ହୋଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଇନ୍‌ଷ୍ଟାଣ୍ଟ ପରୀକ୍ଷା କରାଯାଏ। ସରକାର ଅନୁମତି ଦେବା ପରେ ଏହି ଦୁଇ ପରୀକ୍ଷା ପାଇଁ ଫର୍ମପୂରଣ କରାଯିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories