www.samajalive.in
Friday, December 12, 2025
27.1 C
Bhubaneswar

ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରାଙ୍କିଙ୍ଗ୍‌ : ଶୀର୍ଷରେ ଆନ୍ଧ୍ରପ୍ରଦେଶ, ୨୯ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ  : ପ୍ରକାଶ ପାଇଛି ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରାଙ୍କିଙ୍ଗ୍‌ । ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ଏହି ରାଙ୍କିଙ୍ଗ୍‌କୁ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉନ୍ମୋଚନ କରିଛନ୍ତି । ତାଲିକାରେ କ୍ରମାଗତ ଭାବ ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି । ତେବେ ଓଡ଼ିଶାକୁ ଏଥର ୨୯ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ବ୍ୟବସାୟିକ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର କାର୍ଯ୍ୟକ୍ରମ ୨୦୧୯କୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ବ୍ୟବସାୟିକ ସୁଗମତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ବାର୍ଷିକ ବିଜ୍‌ନେସ୍‌ ରାଙ୍ଗିଙ୍ଗ୍‌କୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି ।

ତାଲିକାରେ ୧୦ଟି ସ୍ଥାନ ଉପରକୁ ଉଠି ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ତେଲଙ୍ଗାନା ତୃତୀୟ ଏବଂ ମଧ୍ୟ ପ୍ରଦେଶ ଚତୁର୍ଥ ସ୍ଥାନ ହାସଲ କରିଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ମଧ୍ୟରେ ରାଙ୍କିଙ୍ଗ୍‌ରେ ଓଡ଼ିଶା ୨୯ତମ ସ୍ଥାନରେ ରହିଛି । ତାଲିକାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ତିନି ରାଜ୍ୟ ତ୍ରିପୁରା ଏବଂ ସିକ୍କିମ ସହ ଓଡ଼ିଶା ରହିଛି । ଓଡ଼ିଶା ଚଳିତଥର ୧୫ସ୍ଥାନ ତଳକୁ ଖସିଆସିଛି । ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରାଙ୍କିଙ୍ଗ୍‌ରେ ଝାଡଖଣ୍ଡ (୫), ଛତିଶଗଡ (୬), ହିମାଚଳ ପ୍ରଦେଶ (୭), ରାଜସ୍ତାନ (୮), ପଶ୍ଚିମବଙ୍ଗ (୯), ଗୁଜରାଟ (୧୦), ଉତ୍ତରାଖଣ୍ଡ (୧୧) ଏବଂ ଦିଲ୍ଲୀ (୧୨) ତମ ସ୍ଥାନରେ ରହିଛନ୍ତି । ଗତଥର ତୁୁଳନାରେ ଦିଲ୍ଲୀ ୨୩ ସ୍ଥାନ ଉପରକୁ ଉଠିଥିବାବେଳେ ଗୁଜରାଟ ୫ମ ସ୍ଥାନରୁ ଖସି ୧୦କୁ ଆସିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତଥର ତୃତୀୟ ସ୍ଥାନରେ ଥିବା ହରିୟାଣା ଏଥର ରାଙ୍କିଙ୍ଗ୍‌ରେ ୧୬ତମ ସ୍ଥାନକୁ ଖସିଆସିଛି ।

- Advertisement -

ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟିକ ପରିବେଶରେ ଉନ୍ନତି ଘଟାଇବା ପାଇଁ ରାଜ୍ୟଗୁଡିକ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ପାଇଁ ଏହି ରାଙ୍ଗିଙ୍ଗ୍‌ ପ୍ରସ୍ତୁତ କରାଯାଉଛି । ତେବେ  ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରାଙ୍କିଙ୍ଗ୍‌ର ଏହା ହେଉଛି ଚତୁର୍ଥ ସଂସ୍କରଣ । ୨୦୧୫ରେ ପ୍ରଥମ ଥର ପାଇଁ ଏହି ରାଙ୍ଗିଙ୍ଗ୍‌ ପ୍ରକାଶ ପାଇଥିଲା । ଚଳିତଥରର ବ୍ୟବସାୟିକ ସଂସ୍କାର ଆକ୍‌ସନ୍ ପ୍ଲାନ୍‌ ୨୦୧୮-୧୯ରେ ୧୮୧ଟି ସଂସ୍କାରମୂଳକ ପଏଣ୍ଟ ରହିଛି, ଯେଉଁଥିରେ କେବଳ ୪୫ଟି ବ୍ୟବସାୟିକ ନିୟାମକ ଭଳି କ୍ଷେତ୍ର ରହିଛି । ଏହି ନିୟାମକ ​‌କ୍ଷେତ୍ରଗୁଡିକ ହେଉଛି ସୂଚନା, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର, ଶ୍ରମ ଏବଂ ପରିବେଶର ଉପଲବ୍‌ଧତା । ଡିପିଆଇଆଇଟି  ବିଶ୍ବ ବ୍ୟାଙ୍କ ସହ ମିଶି ଏହି ରି​ପୋର୍ଟ ପ୍ରସ୍ତୁତ କରିଥାଏ । ବିଶ୍ବ ବ୍ୟାଙ୍କର ସର୍ବଶେଷ ‘ଡୁଇଙ୍ଗ୍‌ ବିଜ୍‌ନେସ୍‌’ ରି​ପୋର୍ଟ​ରେ ଭାରତ ୧୪ ସ୍ଥାନ ଉପରକୁ ଉଠି ୬୩ରେ ପହଞ୍ଚିଛି ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories