www.samajalive.in
Friday, December 12, 2025
26.1 C
Bhubaneswar

କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟବିଭାଗର ଫତୁଆ, ୧୦ଜଣରୁ ଅଧିକ ଭିଡ଼ ହେଲେ ୧ଲକ୍ଷ ଜୋରିମାନା:ଏସିଏସ୍‍

ଭୁବନେଶ୍ୱର :ରାଜ୍ୟରେ କୋଭିଡ଼ ମହାମାରୀକୁ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ୧୦ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ଼ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ। ସଂପୃକ୍ତ ଆୟୋଜକକାରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି।

ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିନାମା ଜାରି କରାଯାଇଛି। ସେଥିରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ କରୋନା ମହାମାରୀ ଯେଭଳି ବଢ଼ି ଚାଲିଛି ତାକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ କ୍ୟାବିନେଟର ମହାମାରୀ ନିୟମରେ ସଂଶୋଧନ ଅଣାଯାଇଛି। ନିୟମ ଅନୁଯାୟୀ ସାଧାରଣ​‌େ​‌ର ଯଦି ୧୦ଜଣରୁ ଅଧିକ ଭିଡ଼ ହେଲା ଏହା ପଛରେ ଯେଉଁ ବ୍ୟକ୍ତି ବା କର୍ତ୍ତୃପକ୍ଷ ଦାୟୀ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। ଜିଲାପାଳ ଓ ମହାନଗର କମିଶନରଙ୍କ ଯଦି ଅନୁମତି ନଥିବ ତେବେ ଏବିଡ଼ିଓ, ଅତିରିକ୍ତ ତହସିଲଦାର, ଏସ୍‌ଆଇ, ଜୋନାଲ ଅଫିସର କିମ୍ବା ଡେପୁଟୀ କମିଶନର ରାଙ୍କର ଅଧିକାରୀ ୧ଲକ୍ଷ ଟଙ୍କା ଜୋରିମାନା କରିପାରିେବେ।

- Advertisement -

ସେହିପରି ବିବାହ କାର୍ଯ୍ୟକ୍ରମ ପାଇଁ ସଂପୃକ୍ତ ବ୍ୟକ୍ତି ପୂର୍ବରୁ ଜିଲାପାଳ କିମ୍ବା ମହାନଗର କମିଶନରଙ୍କଠାରୁ ଅନୁମତି ନେଇଥିବା ଆବଶ୍ୟକ। ଏହାବାଦ୍‍ ବିବାହ ବେଳେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ କିମ୍ବା ବିବାହ କାର୍ଯ୍ୟକ୍ରମରେ ଯୋଡା ସବୁବର୍ଗର ଲୋକଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ହେବେନାହିଁ। ନିୟମ ବ୍ୟତିକ୍ରମ କ୍ଷେତ୍ରରେ ସଂପୃକ୍ତ ବିବାହ ଆୟୋଜନକାରୀଙ୍କଠାରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ଧାର୍ଯ୍ୟ କରାଯାଇଛି। ସାମାଜିକ ଦୂରତାକୁ ମଧ୍ୟ କଡାକଡି କରାଯାଇଛି। ସାଧାରଣ ଲୋକେ ଯେକୌଣସିଠାରେ ଛିଡ଼ା ହେବା ବେଳେ ନିଜ ମଧ୍ୟରେ ଅତି କମରେ ୬ଫୁଟ୍‍ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।

ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ଏହି ନିୟମ ଖିଲାପ କରନ୍ତି ତେବେ ପ୍ରଥମ ଥର ପାଇଁ ୨ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଯଦି ବାରମ୍ବାର ଏଭଳି ନିୟମ ଭାଙ୍ଗୁ ଥିବା ଧରାପଡନ୍ତି ତେବେ ସେଠାରେ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ସେହିପରି ସାମାଜିକ କାର୍ଯ୍ୟକ୍ରମ ବେଳେ ୨୦ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯଦି ବିନା ଅନୁମତିରେ କିମ୍ବା ୨୦ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସିଠାରେ ସାମାଜିକ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆସେ ତେବେ ସେଠାରେ ସଂପୃକ୍ତ ଆୟୋଜକକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାବାଦ୍‍ ମାସ୍କ ପରିଧାନରେ ଖିଲାପ କଲେ ପ୍ରଥମ ଥର ପାଇଁ ୧ହଜାର ଟଙ୍କା ଏବଂ ବାରମ୍ବାର ନିୟମ ଉଲ୍ଲଘଂନକାରୀଙ୍କୁ ୫ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ନିର୍ଦେଶନାମାରେ ଦର୍ଶାଯାଇଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories