www.samajalive.in
Saturday, December 6, 2025
16.1 C
Bhubaneswar

ନକଲି ମହାକାଶଚାରୀ ସାଜି ମହିଳାଙ୍କଠାରୁ ଲୁଟି ନେଲେ ୨୫ ଲକ୍ଷ

ଟୋକିଓ: ପ୍ରେମରେ ପ୍ରତାରଣାର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଜଣେ ଜାପାନୀ ମହିଳାଙ୍କଠାରୁ ଜଣେ ବ୍ୟକ୍ତି ଋଷୀୟ ମହାକାଶଚାରୀ ବୋଲି ପରିଚୟ ଦେଇ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ କହିଥିଲେ ଯେ, ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ(ଆଇଏସଏସ)ରେ କାମ କରୁଛନ୍ତି ଏବଂ ବିବାହ କରିବା ପାଇଁ ପୃଥିବୀକୁ ଫେରିବାକୁ ତାଙ୍କୁ ଟଙ୍କା ଆବଶ୍ୟକ।

ଜାପାନର ଶିଗା ଅଞ୍ଚଳରେ ବାସ କରୁଥିବା ଜଣେ ୬୫ ବର୍ଷୀୟା ମହିଳା ଚଳିତ ବର୍ଷ ଜୁନ୍ ମାସରେ ଇନଷ୍ଟାଗ୍ରାମରେ ସେହି ବ୍ୟକ୍ତିଙ୍କୁ ଭେଟିଥିଲେ। ସେହି ବ୍ୟକ୍ତିଙ୍କ ପ୍ରୋଫାଇଲ୍ ମହାକାଶ ଫଟୋରେ ପରିପୂର୍ଣ୍ଣ ଥିଲା। ଦୁହେଁ କଥାବର୍ତ୍ତା ଆରମ୍ଭ କଲେ ଏବଂ ଏହାପରେ ସେମାନଙ୍କର ବାର୍ତ୍ତାଳାପକୁ ଏକ ଜାପାନୀ ମେସେଜିଂ ଆପ୍ଲିକେସନକୁ ସ୍ଥାନାନ୍ତର କରିଥିଲେ। କିଛିଦିନ ପରେ ପୁରୁଷ ଜଣକ ମହିଳାଙ୍କୁ କହିଥିଲେ ଯେ, ସେ ତାଙ୍କୁ ଭଲପାଆନ୍ତି ଓ ଜାପାନ ଯାଇ ତାଙ୍କୁ ବିବାହ କରିବାକୁ ଚାହାନ୍ତି। କିନ୍ତୁ ଏଥି​‌ରେ ସମସ୍ୟା ହେଉଛି, ସେ ମହାକାଶରେ ଫଶି ରହିଛନ୍ତି ଓ ତାଙ୍କୁ ପୃଥିବୀକୁ ଫେରିବାକୁ ଧନର ଆବଶ୍ୟକତା ରହିଛି। ପୁରୁଷ ଜଣଙ୍କ ତାଙ୍କୁ କହିଥିଲେ, ତୁମକୁ ରକେଟ୍‌ ଅବତରଣ ପାଇଁ ଟଙ୍କା ଦେବାକୁ ପଡ଼ିବ, ଯାହାକି ମୋତେ ଜାପାନରେ ପହଞ୍ଚାଇ ପାରିବ।

- Advertisement -

ଖବର ଅନୁଯାୟୀ, ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୫ ମଧ୍ୟରେ ମହିଳା ଜଣଙ୍କ ତାଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ସେ ଅଧିକ ଟଙ୍କା ମାଗିବାରୁ ଜାପାନୀ ମହିଳାଙ୍କ ସନ୍ଦେହ ହୋଇଥିଲା ଓ ସେ ପୁଲିସରେ ଅଭିଯୋଗ କରିଥିଲେ। ଜାପାନ ପୁଲିସ ‘ରୋମାନ୍ସ ସ୍କାମ’ ଅଧୀନରେ ମାମଲାର ତଦନ୍ତ କରୁଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories