ଆଚାରୀ କଲରା
ଆବଶ୍ୟକ ସାମଗ୍ରୀ
କଲରା – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ୧ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ହଳଦୀ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ୧ ଚାମଚରୁ କମ୍
ଗରମ ମସଲା – ୧ ଚାମଚ
କର୍ଣ୍ଣଫ୍ଲୋର – ଅଳ୍ପ
ବେସନ – ୨ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ଆମଚୁର ଗୁଣ୍ଡ – ୧ ଚାମଚ
ଲେମ୍ବୁ ରସ – ୧ଚାମଚ
ସ୍ୱାଦିଷ୍ଟ ଆଚାରୀ କଲରା ପ୍ରସ୍ତୁତି ପାଇଁ କଲରାକୁ ପତଳା ଭାବେ କାଟି ଦିଅନ୍ତୁ। ଏହାପରେ ୧୫ ରୁ ୨୦ ମିନିଟ ପାଇଁ ଲୁଣ ପାଣିରେ ଭିଜାଇ ରଖି ଦିଅନ୍ତୁ। ଏହାପରେ ଲୁଣ ପାଣି କାଢି ନିଅନ୍ତୁ। ଏବେ ଏହି କଲରାରେ ସମସ୍ତ ପ୍ରକାର ମସଲା ପକାଇ ରଖି ଦିଅନ୍ତୁ। ଏବେ ଏଥିରେ ବେସନ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା କଲରାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଚାରୀ କଲରା।
Comments are closed.