www.samajalive.in
Saturday, December 6, 2025
19.1 C
Bhubaneswar

ନକଲି ୨୦୦ଟଙ୍କିଆ ନୋଟ୍ ସହ ମୋବାଇଲ୍ ଜବତ, ଜଣେ ଗିରଫ

ମ.ରାମପୁର: ନକଲି ନୋଟ୍ କାରବାର ଚାଲୁଥିବା ବେଳେ ରିଷିଡା ଗାଁରେ ମ.ରାମପୁର ଥାନା ପୁଲିସ ଚଢାଉ କରି ଜଣକୁ ଗିରଫ କରିଛି। ଏଥିସହ ତା’ଠାରୁ ୨୦୦ଟଙ୍କିଆ ୧୦୦ଖଣ୍ଡ ନକଲି ନୋଟ୍ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଫୋନ୍‌ ଜବତ କରିଛି। ସମୁଦାୟ ୨୦ହଜାର ଟଙ୍କା ଜବତ ହୋଇଛି। ଗିରଫ ଜଣକ କଳାହାଣ୍ଡି ଜିଲା କରଲାମୁଣ୍ଡା ବ୍ଲକ କୁନ୍ଦେଇପାଲି ଗାଁର ବିରେନ୍ଦ୍ର ସୁନା ବୋଲି ଜଣାପଡ଼ିଛି। ବିରେନ୍ଦ୍ର ସୋମବାର ସନ୍ଧ୍ୟା ସମୟରେ ରିଷିଡା ଗାଁର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଏହାପରେ ତା’ଠାରୁ ୨୦୦ଟଙ୍କିଆ ନକଲି ନୋଟ ୧୦୦ଖଣ୍ଡ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଫୋନକୁ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories