www.samajalive.in
Saturday, December 6, 2025
23.1 C
Bhubaneswar

ପୋଲିସ ବାବୁଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ

ଗୁଣୁପୁର : ପୁଲିସ ଅଧିକାରୀଙ୍କୁ ବି ଛାଡିଲେନି ସାଇବର ଠକ। କରୋନା ଟୀକାକରଣ ନାମରେ ପୋଲିସ ବାବୁଙ୍କ ମୋବାଇଲକୁ ଛାଡିଲେ ମିଛ ସନ୍ଦେଶ (ଫେକ ମେସେଜ)। ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ଥାନାରେ କର୍ଯ୍ୟରତ ସବ ଇନିସ୍ପେକ୍ଟର ସୁଶାନ୍ତ କୁମାର ବେହେରା ସୋମବାର ସକାଳେ ସରକାରୀ ୱେବ ସାଇଟରେ ୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ଉଦିଷ୍ଟ ଥିବା ତାଙ୍କ ପରିବାରର କିଛି ସଦସ୍ୟଙ୍କ ନାମ ଟିକାକରଣ ପୋର୍ଟାଲରେ ପଞ୍ଜିକରଣ କରାଇଥିଲେ। ତେବେ କିଛି ସମୟ ପରେ ଏକ ଘରୋଇ ନମ୍ବରରୁ ଶ୍ରୀ ବେହେରାଙ୍କ ପାଖକୁ ଏକ ସନ୍ଦେଶ (ମେସେଜ) ଆସିଥିଲା। ଏଥିରେ ଆଉ ଏକ ଆପରେ ପଞ୍ଜିକରଣ କରି ଏକ ଆପ ଡାଉନଲୋଡ କରିବାକୁ ଉଲ୍ଲେଖ ରହିଥିଲା। ତେବେ ଏହି ମେସେଜରେ ଅନେକ ବନାନ ଭୁଲ ଥିବା ଓ ସନ୍ଦେହ ଲାଗିବାରୁ ପୁଲିସ ଅଧିକାରୀ ଜଣକ ଭୁବନେଶ୍ୱର ସାଇବର ବିଭାଗ ସହ ଯୋଗାଯୋଗ କରିଥିଲେ। ଏହି ବାର୍ତ୍ତା ବା ସନ୍ଦେଶ ସମ୍ପୂର୍ଣ୍ଣ ମିଛ ଓ ଏହି ଆପ ଡାଉନଲୋଡ କରିବା ମାତ୍ରକେ ମୋବାଇଲ ହ୍ୟାଙ୍ଗ ହେବା ସହ ଡାଟା ଚୋରି ହେଉଥିବା କଥା ଜାଣିବାକୁ ପାଇଥିଲେ। ଜଣେ ପୁଲିସ ଅଧିକାରୀଙ୍କୁ ଯଦି ଏଭଳି ଜାଲରେ ସାଇବର ଅପରାଧୀଠକି ପାରୁଛନ୍ତି, ତେବେ ସାଧାରଣ ଲୋକଙ୍କୁ କିଭଳି ଠକୁ ନ ଥିବେ ଏଥିରୁ ସ୍ପଷ୍ଟ ଅନୁମେୟ ।

ଏଭଳି ମିଛ ସନ୍ଦେଶ (ଫେକ ମେସେଜ) ପ୍ରତି ଜନସାଧାରଣ ଦୁରେଇ ରୁହନ୍ତୁ ବୋଲି ସବ ଇନିସ୍ପେକ୍ଟର ସୁଶାନ୍ତ ବେହେରା କହିଛନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories