www.samajalive.in
Sunday, December 7, 2025
23.1 C
Bhubaneswar

ଜାଲ ଫେସବୁକ ଆଇଡିରେ ଅଶ୍ଲୀଳ ଫଟୋ : କଟକ ଜିଲା କାନପୁରର ଜଣେ ଯୁବକକୁ ଗିରଫ କଲା କୁଚିଣ୍ଡା ପୁଲିସ

କୁଚିଣ୍ଡା: କୁଚିଣ୍ଡା ଅଞ୍ଚଳର ଜନୈକ ନାବାଳିକା କଲେଜ ପଢୁଆ ଝିଅକୁ ପ୍ରେମ ଜାଲରେ ଫସାଇବା ପାଇଁ ଜାଲ ଫେସବୁକ ଆଇଡି ଖୋଲି ପ୍ରଭାବିତ କରିବାକୁ ଚେଷ୍ଟା କରିବା ଓ ଅଶ୍ଲୀଳ ଫଟୋ ଅପଲୋଡ କରି କଟକ ଜିଲା କାନପୁର ଥାନା କାଞ୍ଜିଆପଡାର ଜନୈକ ଯୁବକ ଗିରଫ ହୋଇଥିବା ଜଣାଯାଇଛି।
କୁଚିଣ୍ଡା ସହରର ଦୁଇ ଜଣ ଝିଅ ଭୁବନେଶ୍ୱରରେ ରହୁଥିବା ବେଳେ ମାନସ ପଣ୍ଡା ନାମକ ଜନୈକ ଯୁବକ ସହ ପରିଚୟ ହୋଇଥିଲା। ଯୁବକ ସେମାନଙ୍କ ମଧ୍ୟରୁ ଜଣେ ର ଝିଅକୁ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କରି ବିଫଳ ହେବାପରେ ଅନ୍ୟ ଝିଅ ନାମରେ ଏକ ଜାଲ ଫେସବୁକ ଆଇଡି ଖୋଲି ତା’ ପ୍ରେମିକା ସହ ବନ୍ଧୁତା କରିଥିଲା। ଏକତରଫା ପ୍ରେମ କରୁଥିବା ଅଭିଯୁକ୍ତ ମାନସ ବିଭିନ୍ନ ସମୟରେ ଅଶ୍ଲୀଳ ଫଟୋ ଅପଲୋଡ କରି ତା’ ପ୍ରେମିକାକୁ ପଠାଉଥିଲା। ଯେଉଁ ନାବାଳିକାଙ୍କ ନାମରେ ଜାଲ ଆଇଡି ଖୋଲିଥିଲା ​ସେ ପୁଲିସର ଦ୍ୱାରସ୍ଥ ହୋଇ ଘଟଣାକୁ ଭିନ୍ନ ରୂପ ଦେବା ଓ ଏହାର ଅନ୍ତରାଳେ ଥିବା ବିଭିନ୍ନ ଘଟଣାର ତଦନ୍ତ ଦାବି କରିଥିଲେ। ପରେ ଏଭଳି କାମ ମାନସ ପଣ୍ଡା ନାମକ ଯୁବକ କରୁଥିବା ଜଣାପଡିଥିଲା। କୁଚିଣ୍ଡା ଥାନା ଅଧିକାରୀ ଏହାର ତଦନ୍ତ ସହ ସାଇବର ଅପରାଧିକ ଶାଖାରୁ ତଥ୍ୟ ନେଇ ଆଜି କଟକ ଜିଲା କାନପୁର ଥାନା କାଞ୍ଜିଆପଡାର ନୀଳମଣି ପଣ୍ଡାଙ୍କ ପୁଅ ମାନସକୁ ଗିରଫ କରିଥିବା ଜଣାଯାଇଛି। ଏହି ଘଟଣା ସଂପ୍ରତି କୁଚିଣ୍ଡା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories