୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍‌ ଜବତ; ୨ ଗିରଫ

ଭୁବନେଶ୍ବର: ସମ୍ବଲପୁଲ ଜିଲା ପୁଲିସ ଓ ଏସଟିଏଫର ମିଳିତ ଉଦ୍ୟମରେ ଜବତ ହୋଇଛି ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍। ସମ୍ବଲପୁର ଯୁଜୁମାର ଥାନା ଅନ୍ତର୍ଗତ ନୂଆ ଅଧାପଡ଼ା ଗାଁରେ ଚଢାଉ କରି ଜାଲ୍‌ ନୋଟ୍‌ ଜବତ କରିବା ସହ ୨ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆଙ୍କୁ ଗିରଫ କରିଛି ପୁଲିସ। ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଜାଲ ନୋଟ ଜବତ ହୋଇଛି। ଜାଲ ନୋଟ୍ ଲିଙ୍କରେ ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିବା ସହ ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି।

 

kalyan agarbati

Comments are closed.