www.samajalive.in
Saturday, December 13, 2025
26.1 C
Bhubaneswar

ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

ଆଠଗଡ : ଆଠଗଡରେ ଗତ ୧୦ ତାରିଖରୁ ଚାଲିଥିବା ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମକୁ କେନ୍ଦ୍ର ଓ ରାଜ୍ୟ ଦଳ ମଙ୍ଗଳବାର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଆଠଗଡ ଏନଏସି ଅଞ୍ଚଳର ଚାଲିଥିବା ଏହି  କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ଉକ୍ତ ମିଳିତ ଦଳ ସନ୍ତୋଷ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ । କେନ୍ଦ୍ରୀୟ ଦଳର ମୁଖ୍ୟ ଡାକ୍ତର ବଦ୍ରି ଥାପା ଓ ଅନ୍ୟମାନେ ପ୍ରଥମେ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ଫାଇଲେରିଆ କ୍ଲିନିକ ଓ ପରେ ଏନଏସିର କନ୍ତୋଲ ଅଞ୍ଚଳ ପରିଦର୍ଶନ କରିଥିଲେ । କନ୍ତୋଲ ମଙ୍ଗଳା ମନ୍ଦିର ପରିସରରେ ଏକ ସ୍ଵତନ୍ତ୍ର ସାନ୍ଧ୍ୟକାଳୀନ ସଚେତନତା କାର୍ଯ୍ୟକ୍ରମରେ ସେମାନେ ଯୋଗଦେଇ ସର୍ବପ୍ରଥମେ ନିଜେ ଫାଇଲେରିଆ ଔଷଧ ସେବନ କରି ଅନ୍ଯମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ । ଏହି ମିଳିତ ଦଳରେ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନର ଡାକ୍ତର ଶ୍ୟାମବନ୍ଧୁ ରଥ, ଡା.ଦୀପକ୍ କୁମାର କର, ଡା.ବିଶ୍ଵ ପ୍ରକାଶ ଦତ୍ତ, ଡା.ସୁଧାଂଶୁ ଦାସ, ଡା.ପ୍ରଭାକର ସାହୁ, ଡା.ସୁବ୍ରତ କୁମାର ପଣ୍ଡା ଏବଂ ଜିଲ୍ଲାର ଡା.ରଞ୍ଜନ କୁମାର ସିଂହ, ସଂଯୋଜକ ଦୀପକ କୁମାର ସାହୁ, ତୃପ୍ତିରାଣୀ ନାୟକ ଓ ମନ୍ଦାକିନୀ ବେହେରା ପ୍ରମୁଖ ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ । ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ପରିଚାଳକ ପୂଜାଲିନ ମିଶ୍ର, କାର୍ଯ୍ୟକ୍ରମର ସଂଯୋଜକ ମହମ୍ମଦ୍ ଅସଲମ୍ ପ୍ରମୁଖ ଏଠାରେ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅଭିଯାନରେ ସଂପୃକ୍ତ ସମସ୍ତ ସ୍ଵାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ, ତାଲିମପ୍ରାପ୍ତ ସ୍ୱେଚାଛାସେବୀ ଏବଂ ବିଭିନ୍ନ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories