www.samajalive.in
Sunday, December 14, 2025
23.1 C
Bhubaneswar

ଫେସବୁକ୍ ପକ୍ଷରୁ ଭାରତରେ କୋଭିଡ-୧୯ ସୂଚନା ବ୍ୟବସ୍ଥାର ବିସ୍ତାର

ନୂଆଦିଲ୍ଲୀ: ଫେସବୁକ୍ ଭାରତରେ କୋଭିଡ୍-୧୯ ସମ୍ପର୍କିତ ସୂଚନା ପ୍ରଦାନକୁ ବିସ୍ତାର କରିଛି। ଅତ୍ୟାବଶ୍ୟକୀୟ କୋଭିଡ୍-୧୯ ସମ୍ବନ୍ଧିତ ତାଜା ସୂଚନାଗୁଡିକୁ  ନିଜ ସମୁଦାୟ ସହିତ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଡିଜିଟାଲଉପକରଣ ଯୋଗାଇ ଦେଉଛି।  ଏହା କରୋନା ଭୂତାଣୁଜନିତ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଲୋକମାନଙ୍କୁ ସୁରକ୍ଷିତ ଓ ସୂଚିତ ରଖିବା ପାଇଁ ଜନସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ କାର୍ଯ୍ୟରେ ସହଯୋଗ କରିବା ଲାଗି ଫେସବୁକ୍ ପକ୍ଷରୁ ଜାରି ରହିଥିବା ପ୍ରୟାସର ଅଂଶବିଶେ। ଆମେରିକା ପରେ ଭାରତ ହେଉଛି ଏହି ଫିଚର ଶୁଭାରମ୍ଭ କରାଯାଇଥିବା ୨ୟ ଦେଶ। ଏହା ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହିତ ସେମାନଙ୍କ କ୍ଷେତ୍ରାଧିକାରରେ ଏହାକୁ ଆରମ୍ଭ କରିବା ପାଇଁ ସହଭାଗିତା କରିଛି। ଏହି କୋଭିଡ-୧୯ ସୂଚନା ପ୍ରଦାନକାରୀ ଡିଜିଟାଲ ଉପକରଣ ସ୍ୱାସ୍ଥ୍ୟ ବିଭାଗଗୁଡିକୁ ଲୋକମାନଙ୍କୁ ସେମାନଙ୍କ ସ୍ଥାନୀୟ ସମୁଦାୟ/ ରାଜ୍ୟ ପ୍ରାଧିକରଣରେ ସମୟାନୁବର୍ତୀ, ବିଶ୍ୱସନୀୟ କୋଭିଡ୍-୧୯ ଓ ଟିକା ସୂଚନା ପ୍ରଦାନ କରିବାର କ୍ଷମତା ଦେବ। ରାଜ୍ୟ ସରକାରମାନେ ରାଜ୍ୟବ୍ୟାପୀ କିମ୍ବା ନିଜ ରାଜ୍ୟ ମଧ୍ୟରେ ନିର୍ଦ୍ଧିଷ୍ଟ ସହରଗୁଡିକରେ ଏହି ସତର୍କ ସୂଚନାଗୁଡିକୁ ଜାରି କରିବା ପାଇଁ ସକ୍ଷମ ହେବେ। କୋଭିଡ-୧୯ ସୂଚନାଗୁଡିକୁ ବିଭିନ୍ନ ଉପାୟରେ ଯୋଗାଯୋଗ କରିବା ପାଇଁ ବ୍ୟବହାର କରାଯାଇପାରିବ। ଯେପରିକି, ବିଦ୍ୟମାନ କୋଭିଡ-୧୯ ଉତ୍ସଗୁଡିକ ଉପରେ ସୂଚନା, ହେଲ୍ପଲାଇନ୍ ଇତ୍ୟାଦି, ଜିଲାଗୁଡିକରେ ହସ୍ପିଟାଲ ଶଯ୍ୟା ଉପଲବ୍ଧତା ଉପରେ ତାଜା ସୂଚନା ଯଥା- ଆଇସିୟୁ ଶଯ୍ୟା,ଅମ୍ଳଜାନ ସଂଯୋଗ ଥିବା ଶଯ୍ୟା, ସାଧାରଣ ଶଯ୍ୟା ଇତ୍ୟାଦି। ତାହାସହିତ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧମୂଳକ ବ୍ୟବହାରିକ ସ୍ୱାସ୍ଥ୍ୟ ପଦକ୍ଷେପ ପ୍ରଭୁତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories