www.samajalive.in
Sunday, December 14, 2025
16.1 C
Bhubaneswar

ଫେସ୍‌ବୁକ୍‌ ଆଣିଲା Passkey ସପୋର୍ଟ, ଏଣିକି ଲଗ୍‌ଇନ୍‌ ପାଇଁ ଆବଶ୍ୟକ ନାହିଁ ପାସ୍‌ଓ୍ବାର୍ଡ଼

ସମାଜ ଡିଜିଟାଲ ଡେସ୍କ: ଫେସବୁକ୍ ଏବେ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଆପ୍‌ରେ ପାସ୍‌କୀ(Passkey) ସପୋର୍ଟ ଆରମ୍ଭ କରିଛି, ଯଦ୍ଵାରା ୟୁଜରଙ୍କୁ ଏଣିକି ଆଉ ପାସ୍‌ୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ। ଏହି ନୂତନ ଫିଚର ଲଗ୍‌ଇନ୍‌ ଏବଂ ମେଟା ପେ’ ମାଧ୍ୟମରେ ପେମେଣ୍ଟକୁ ଅଧିକ ସହଜ ଏବଂ ସୁରକ୍ଷିତ କରିବ।

Passkey କ’ଣ ?

- Advertisement -

ପାସକୀ ହେଉଛି FIDO Alliance ଦ୍ୱାରା ବିକଶିତ ଏକ ଆଧୁନିକ ଡିଜିଟାଲ ସୁରକ୍ଷା ପ୍ରଣାଳୀ। ଏହା ପାରମ୍ପରିକ ପାସୱାର୍ଡ ଏବଂ ଓଟିପି ତୁଳନାରେ ଅଧିକ ସୁରକ୍ଷିତ ବୋଲି କୁହାଯାଉଛୀ, କାରଣ ଏହା ପ୍ରତ୍ୟେକ ଆକାଉଣ୍ଟ ପାଇଁ ଏକ ସ୍ଵତନ୍ତ୍ର ଡିଜିଟାଲ କୀ ସୃଷ୍ଟି କରେ, ଯାହା ଫିସିଂ ଏବଂ ହ୍ୟାକିଂରୁ ସୁରକ୍ଷା ଦେଇଥାଏ।

କେମିତି କରିବ କାମ ?

-ୟୁଜର ନିଜ ଫିଙ୍ଗରପ୍ରିଣ୍ଟ, ଫେସ୍ ସ୍କାନ କିମ୍ବା ଡିଭାଇସର ପିନ୍ ଜରିଆରେ ଲଗ୍‌ଇନ୍ କରିପାରିବେ।

-ଲଗ୍‌ଇନ୍‌ ସମୟରେ ଆପ୍ ନିଜେ ୟୁଜରଙ୍କୁ ପାସକୀ ସେଟ୍ କରିବାର ବିକଳ୍ପ ଦେବ କିମ୍ବା ଆପଣ Settings > Accounts Centreକୁ ଯାଇ ମଧ୍ୟ ଏହାକୁ ସେଟ୍ କରିପାରିବେ।

-ପାସ୍‌କୀରେ ଆପଣଙ୍କ ଆକାଉଣ୍ଟ ସହ ଜଡ଼ିତ ଇମେଲ୍ ଆଡ୍ରେସ୍ ନାମ ଭାବରେ ବ୍ୟବହାର କରାଯିବ। ଯଦି ଇମେଲ୍ ନାହିଁ, ତେବେ ଫୋନ୍ ନମ୍ବର ବ୍ୟବହାର କରାଯିବ।

-ବର୍ତ୍ତମାନ ଏହି ସୁବିଧା କେବଳ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍‌ ଓ ଆଇଓଏସ)ରେ ଉପଲବ୍ଧ।

-ଡେସ୍କଟପରେ ଏବେ ବି ୟୁଜରନେମ୍ ଏବଂ ପାସୱାର୍ଡରେ ଲଗ୍‌ଇନ୍ କରିବାକୁ ପଡ଼ିବ।

ସୁରକ୍ଷାକୁ ନେଇ କ’ଣ କୁହାଯାଇଛି ?

ଫେସବୁକ୍ ଦାବି କରିଛି ଯେ, ପାସକୀ ଏବଂ ଏହା ସହ ଜଡ଼ିତ ବାୟୋମେଟ୍ରିକ୍ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଡିଭାଇସରେ ସୁରକ୍ଷିତ ରହିଥାଏ। ଏପରିକି ଫେସବୁକ୍ ନିଜେ ମଧ୍ୟ ଏହାକୁ ଦେଖିପାରିବ ନାହିଁ। ଏବେ ୟୁଜର Meta Pay ମାଧ୍ୟମରେ ଯେତେବେଳେ ପେମେଣ୍ଟ କରିବେ, ସେତେବେଳେ ପାସକୀ ଜରିଆରେ ଅଟୋଫିଲ୍ ପେମେଣ୍ଟ ତଥ୍ୟକୁ ସୁରକ୍ଷିତ ଭାବରେ ସକ୍ଷମ କରାଯାଇପାରିବ। ଆଗକୁ ମେସେଞ୍ଜରରେ ମଧ୍ୟ ଲଗ୍‌ଇନ୍ ଓ ଏନକ୍ରିପ୍ଟେଡ୍‌ ମେସେଜ୍‌ ବ୍ୟାକଅପ୍‌କୁ ପାସକୀ ଦ୍ଵାରା ସୁରକ୍ଷିତ କରାଯିବ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ଲଗଇନ୍ ପଦ୍ଧତିଗୁଡ଼ିକ ଯେପରିକି ପାସୱାର୍ଡ ଶେଷ ହୋଇଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories