ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ରାଏଲୀ ଆକ୍ରମଣରୁ କେହି ବି ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି। ସେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍ନେଇ ମଧ୍ୟ ଏକ ଟାର୍ଗେଟ ହୋଇ ପାରନ୍ତି । ଗୁରୁବାର ଇରାନ ଦ୍ୱାରା ଆକ୍ରମଣ ହୋଇଥିବା ଦକ୍ଷିଣ ଇସ୍ରାଏଲ ସହର ବେରଶେବାସ୍ଥିତ ସୋରୋକା ମେଡିକାଲ ସେଣ୍ଟର ପରିଦର୍ଶନ ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ।
ସେ ଆହୁରି କହିଛନ୍ତି, ସେ କହିବାରେ ନୁହେଁ ବରଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଶ୍ୱାସ କରନ୍ତି । ଯୁଦ୍ଧ ସମୟରେ ଶବ୍ଦର ଚୟନ ସାବଧାନ ହୋଇ କରିବାକୁ ପଡେ । ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମଧ୍ୟ ଆବଶ୍ୟକ । ଅନେକ ବିକଳ୍ପ ରହିଛି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଥାବାର୍ତ୍ତା ହେବା ହିଁ ଠିକ୍ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଇରାନରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଏହାର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ଭଣ୍ଡାର ବିରୁଦ୍ଧରେ ଥିଲା ଏବଂ ସେମାନେ (ଇରାନ) ପରି ନିରୀହ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନୁହେଁ। ସେମାନେ ହସ୍ପିଟାଲ ଉପରେ ବୋମା ପକାଇଥାନ୍ତି ଯେଉଁଠାରେ ଲୋକମାନେ ବିପଦରୁ ଖସି ଯାଇପାରନ୍ତି ନାହିଁ। ସେ କହିଥିଲେ, “ଏହା ଏକ କାର୍ଯ୍ୟକ୍ଷମ ଗଣତନ୍ତ୍ର ଏବଂ ହତ୍ୟାକାରୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ।
ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ଇସ୍ରାଏଲୀ ଅଭିଯାନରେ ଆମେରିକାର ସିଧାସଳଖ ସମ୍ପୃକ୍ତି ବିଷୟରେ ନେତାନ୍ୟାହୁ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ଭର କରେ। ଟ୍ରମ୍ପ୍ ଯାହା ଆମେରିକା ପାଇଁ ଭଲ ତାହା କରିବେ ଏବଂ ମୁଁ ଯାହା ଇସ୍ରାଏଲ ପାଇଁ ଭଲ ତାହା କରିବି।
ଦେଖନ୍ତୁ ଭିଡିଓ ; ନିଜ ୩ ବର୍ଷ ଶିଶୁର ଜୀବନ ରକ୍ଷା ପାଇଁ ୮ ମହଲା ଝରକାରେ ଲଟକି ରହିଲେ ବାପା, ତା’ପରେ..



