www.samajalive.in
Wednesday, December 10, 2025
23.1 C
Bhubaneswar

ଫେସବୁକ୍ ପ୍ରେମିକାକୁ ଭେଟିବାକୁ ଆସି ହରଡଘଣାରେ ଯୁବକ, ରାତି ଅଧରେ କଲେ ବିବାହ

ବାଲେଶ୍ୱର: ଫେସ୍‌ବୁକରୁ ଆରମ୍ଭ ହୋଇଥିବା ପ୍ରେମକୁ ବିବାହର ରୂପ ଦେଲେ ଗ୍ରାମବାସୀ । ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଯୁବକଙ୍କୁ ଗ୍ରାମବାସୀ କାବୁ କରି ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିଛନ୍ତି । ଏଭଳି ଏକ ରୋମାଞ୍ଚକ ଭରା ଘଟଣା ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ମଣିପୁର ଗ୍ରାମପଞ୍ଚାୟତ ଗୁଲୁଣିଆ ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ଏବଂ କୁବାବୁପାଟଣା ଗ୍ରାମର ଯୁଧିଷ୍ଟର ବେହେରାଙ୍କ ପୁଅ ବୈକୁଣ୍ଠଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ବୁଧବାର ଦିନ ବୈକୁଣ୍ଠ ଫେସ୍‌ବୁକ୍‌ ପ୍ରେମିକାକୁ ଦେଖା କରିବା ପାଇଁ ଲୁଚିଛପି ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ଉଭୟଙ୍କୁ କାବୁ କରି ନେଇଥିଲେ । ଯୁବକଙ୍କୁ ଅଟକ ରଖି ଝିଅର ମାଆକୁ ଘଟଣାସ୍ଥଳକୁ ଡକାଇ ଉଭୟଙ୍କ ବିବାହ କରିବା ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ । ଏଥିରେ ଉଭୟ ବୈକୁଣ୍ଠ ଓ ଝିଅର ଭାଇ ରାଜି ହୋଇନଥିଲେ । ବିବାହ କରିବା ପାଇଁ ବୈକୁଣ୍ଠ ଦୁଇ ମାସ ସମୟ ମାଗିଥିଲେ । ହେଲେ ଗ୍ରାମବାସୀ ଶୁଣିନଥିଲେ । ବାପା ଛେଉଣ୍ଡ ଝିଅଟିକୁ ସେହି ଦିନ ବିବାହ କରାଇବାକୁ ଗ୍ରାମବାସୀ ଜିଦ୍ ଧରିଥିଲେ । ସ୍ଥାନୀୟ କିଛି ରାଜନେତାଙ୍କ ହସ୍ତକ୍ଷେପରେ ବିଳମ୍ବିତ ରାତିରେ ଉଭୟଙ୍କ ବିବାହ ହୋଇଥିଲା। ପରେ ଉଭୟଙ୍କର କୋର୍ଟ ମ୍ୟାରେଜ୍ ହେବ ବୋଲି ଶୁଣିବାକୁ ମିଳିଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories