www.samajalive.in
Saturday, December 6, 2025
14.1 C
Bhubaneswar

ହେଟ୍ ସ୍ପିଚ୍ କାର୍ଯ୍ୟାନୁଷ୍ଠାନ ବିବାଦ : ଫେସବୁକ୍ ଇଣ୍ଡିଆରୁ ଇସ୍ତଫା ଦେଲେ ଅଂଖୀ ଦାସ

ନୂଆଦିଲ୍ଲୀ : ଫେସବୁକ ଇଣ୍ଡିଆର ପବ୍ଲିକ ପଲିସି  ମୁଖ୍ୟ ଅଂଖି ଦାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କମ୍ପାନୀ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି । ଫେସବୁକ୍ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ଏକ ଇମେଲରେ ଲେଖିଛନ୍ତି ଯେ ସାର୍ବଜନିକ ସେବା ପ୍ରତି ତାଙ୍କର ଆଗ୍ରହ ବଢାଇବା ପାଇଁ ସେ ଫେସବୁକରୁ ନିଜର ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। କମ୍ପାନୀରେ ଯୋଗ ଦେଇଥିବା ପ୍ରଥମ କର୍ମଚାରୀମାନଙ୍କ ମଧ୍ୟରୁ ଅଂଖୀ ଦାସ ଅନ୍ୟତମ, କମ୍ପାନୀର ବିକାଶ ତଥା ଭାରତରେ ଏହାର ସେବାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅଂଖୀ ଦାସ ସେତେବେଳେ ଖବରର ଶିରୋନାମାକୁ ଆସିଥିଲେ  ଯେତେବେଳେ ଏକ ଆମେରିକୀୟ ଖବରକାଗଜ ଫେସବୁକରେ ଭାରତର ଶାସକ ଦଳ ବିଜେପି ସପକ୍ଷରେ ହେଟ୍ ସ୍ପିଚ୍ (ଘୃଣାଭାବର ଭାଷଣ)କୁ ଭେଦଭାବ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲା। ​​ଖବରକାଗଜ ଅନୁଯାୟୀ, ଫେସବୁକ୍ ବିଜେପି ସମର୍ଥିତ ହେଟ୍ ସ୍ପିଚ୍ ଉପରେ କୋହଳ ବନୋଭାବ ପୋଷଣ କରୁଥିଲା। କମ୍ପାନୀର ପବ୍ଲିକ ପଲିସି ନିର୍ଦ୍ଦେଶକ ଅଂଖୀ ଦାସ ଉପରେ ଅଭିଯୋଗ ଆସିଥିଲା,  ଯେ କମ୍ପାନୀ କର୍ମଚାରୀଙ୍କ କହିବା ପରେ ମଧ୍ୟ ସେ ଏହା ଉପରେ କାର୍ଯ୍ୟ କରି ନ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories