www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଦୂଷଣ ସହ ଲଢ଼ିବା ପାଇଁ ଖାଆନ୍ତୁ ପରିବା

ମହାମାରୀ ସହ ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ରୋଗ ମଧ୍ୟ ବଢ଼ିବାରେ ଲାଗିଛି। ଲକ୍-ଡାଉନ୍ ସମୟରେ ବିଶ୍ବର ପ୍ରମୁଖ ରାଷ୍ଟ୍ରର ପ୍ରଦୂଷଣସ୍ତର ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇଥିଲା। କାରଣ ଗାଡ଼ି ଚଳାଳଚ ସହ କଳାକାରଖାନା ମଧ୍ୟ ବନ୍ଦ ରହିଥିଲା। ଏବେ କିନ୍ତୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି। ଏହା ସହ ଲଢ଼ିବା ନିମନ୍ତେ ଖାଦ୍ୟପାନୀୟକୁ ଗୁରୁତ୍ବ ଦେବା ନିତାନ୍ତ ଜରୁରୀ।
-ପୋଷକତତ୍ତ୍ବ ଭରପୂର ବ୍ରୋକୋଲି ଦୈନିକ ଖାଇବା ଭଲ। ଏହାକୁ ସାଲାଡ୍‌ରେ ହେଉ କିମ୍ବା ଫ୍ରାଏଡ୍ ରାଇସ୍‌ରେ ଉପଯୋଗ କରି ଖାଇପାରିବେ। ଫାଇବର୍ ଭରପୂର ଏହି ପରିବା ଆମ ପାଚନ କ୍ଷମତାକୁ ଭଲ କରିବା ସହ ପ୍ରଦୂଷଣ ସହ ଲଢ଼ିବା ନିମନ୍ତେ ଶକ୍ତି ଯୋଗାଇଥାଏ।
-ଭିଟାମିନ୍ ଏ, ବିଟା-କ୍ୟାରୋଟିନ୍, ବି-କମ୍ପେଲକ୍ସ, ଫଲିକ୍ ଏସିଡ୍ ଭରପୂର ବ୍ରୋକୋଲି ଉଭୟ କଞ୍ଚା ଓ ଭଜା ଖାଇପାରନ୍ତି। ଯେଉଁ ଭାବେ ଆପଣଙ୍କୁ ସ୍ବାଦ ଲାଗୁଛି, ସେହି ଉପାୟରେ ବ୍ରୋକୋଲିକୁ ଉପଯୋଗ କରିପାରିବେ।
-୨୦୧୮ରେ ଏକ ଅନୁଧ୍ୟାନରେ ବେଜିଂର ୧,୫୦୦ ଲୋକଙ୍କୁ ଅନ୍ତର୍ଗତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ ପ୍ରତିଦିନ ଭୋଜନରେ ବ୍ରୋକୋଲି ଖାଇବାକୁ କୁହାଯାଇଥିବାବେଳେ ଅନ୍ୟମାନଙ୍କୁ ସମସ୍ତ ପନିପରିବା ବ୍ୟଞ୍ଜନ ଭୋଜନ ନିମନ୍ତେ ପରାମର୍ଶ ଦିଆଗଲା। ପ୍ରତିଦିନ ବ୍ରୋକୋଲି ଖାଉଥିବା ଲୋକଙ୍କ ରୋଗପ୍ରତିରୋଧକ ଅନ୍ୟଙ୍କ ତୁଳନାରେ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories