www.samajalive.in
Saturday, December 6, 2025
23.1 C
Bhubaneswar

କିଛି ଘରୋଇ ଜିନିଷ ବ୍ୟବହାର କରି ଚମକାନ୍ତୁ ତ୍ୱଚା

ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ।
ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ ।
ଗୋଟିଏ ଆଳୁ ନେଇ ରସ ବାହାର କରି ରଖନ୍ତୁ । ପରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ନେଇ ଆଳୁ ରସରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ପରେ ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।
ଏକ ବରଫ ଟ୍ରେରେ ଆଳୁ ରସ ନେଇ ଫ୍ରିଜରେ ରଖିଦିଅନ୍ତି । ଆଳୁ ରସ ବରଫ ହୋଇଯିବା ପରେ ଏହାକୁ ମୁହଁରେ ଘସନ୍ତୁ । ଏହା ଦ୍ବାରା ତ୍ବଚାରୁ ସନ ଟ୍ୟାନ୍ ଦୂର ହେବ ।

ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ଗ୍ରାଇଣ୍ଡରେ ପେଶି ଦିଅନ୍ତୁ । ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ ।
କମଳା ଚୋପାର ସ୍କ୍ରବ –
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।
ଟମାଟୋ ରସ ଓ ବେସନ –
ଟମାଟୋ ରସ ଓ ବେସନ ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।
ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।

- Advertisement -

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories