www.samajalive.in
Monday, December 15, 2025
26.1 C
Bhubaneswar

ଘରୋଇ ଉପାୟ ଆପଣାଇ ନିଜର ସୌନ୍ଦର୍ଯ୍ୟକୁ କରନ୍ତୁ ଦ୍ୱିଗୁଣ

ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ମହିଳା ହୁଅନ୍ତୁ ଅଥବା ପୁରୁଷ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ମାତ୍ର ଆପଣ କେତେକ ଘରୋଇ ଉପାୟ ଆପଣେଇ ନିଜର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବେ। ଜାଣନ୍ତୁ ଏହା ବିଷୟରେ …..
– ସ୍ନାନ କରିବା ସମୟରେ ପାଣିରେ ସାମାନ୍ୟ ଲୁଣ ଓ ବେକିଙ୍ଗ ସୋଡ଼ା ମିଶାନ୍ତୁ। ଏଥିରେ ସ୍ନାନ କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ। ସପ୍ତାହକୁ ୩ଥର ଏହାକୁ ପାଣିରେ ମିଶାଇ ସ୍ନାନ କରିପାରିବେ।
ସେଓର ସିରକା –
ସେଓର ସିରକା ତ୍ୱଚାକୁ ସଫା କରିବା ପାଇଁ ବହୁ ଲାଭଦାୟକ। ୧ ଚାମଚ ବେକିଙ୍ଗ ସୋଡ଼ାରେ ୩ ଚାମଚ ସେଓର ସିରକା ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। କିଛି ସମୟ ପରେ ବ୍ୟବହାର କରୁଥିବା ମଶ୍ଚୁରାଇଜର କ୍ରିମ ମୁହଁରେ ଲଗାନ୍ତୁ।
ମହୁ –
ମହୁ ତ୍ୱଚା ପାଇଁ ବେଶ ଉପକାରୀ। ଏହାକୁ ଲଗାଇଲେ ମୁହଁ ଉଜ୍ଜ୍ୱଳ ହୋଇଥାଏ। ବେକିଙ୍ଗ ସୋଡ଼ାରେ କିଛି ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ ମୁହଁର ରଙ୍ଗ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ଲେମ୍ବୁ ରସ –
ଲେମ୍ବୁରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ଲେମ୍ବୁ ରସରେ ମହୁ ଓ ସାମାନ୍ୟ ଅଲିଭ ଅଏଲ ମିଶାଇ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories