www.samajalive.in
Sunday, December 14, 2025
19.1 C
Bhubaneswar

ତେଲିଆ ତ୍ବଚା ପାଇଁ ଖୁବ୍ ଲାଭଦାୟକ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଫେସପ୍ୟାକ୍

ସାଧାରଣତଃ ତେଲିଆ ତ୍ବଚାକୁ ନେଇ ବହୁତ ଲୋକେ ଚିନ୍ତିତ ଥାଆନ୍ତି। ତ୍ବଚା ତେଲିଆ ହେବା କାରଣରୁ ଅନେକ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହାଦ୍ବାରା ବ୍ରଣ, କଳା ଦାଗ ଏବଂ ଧଳା ଦାଗ ଭଳି ଅନେକ ସମସ୍ୟା ଦେଖାଦିଏ। ତେଲିଆ ତ୍ବଚା ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ମାତ୍ର ସେହିସବୁ ସାମଗ୍ରୀରେ ଥିବା ରାସାୟନିକ ଦ୍ରବ୍ୟ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇ ତେଲିଆ ତ୍ବଚାରୁ ମୁକ୍ତି ପାଇ ପାରିବେ। ଘରୋଇ ଉପାୟରେ ଫେସପ୍ୟାକ୍ ପ୍ରସ୍ତୁତ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଚାଲନ୍ତୁ ଜାଣିବା ତେଲିଆ ତ୍ବଚା ପାଇଁ ଘରୋଇ ଉପାୟରେ କିପରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା –

 

- Advertisement -

ଟମାଟୋ, ଚନ୍ଦନ ଏବଂ ମୁଲତାନୀ ମାଟି ଫେସପ୍ୟାକ :
ଟମାଟ, ଚନ୍ଦନ ଏବଂ ମୁଲତାନୀ ମାଟିରେ ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ଏକ ପାତ୍ରରେ ଚନ୍ଦନ ପାଉଡ଼ର ଓ ଟମାଟୋ ରସକୁ ଭଲଭାବେ ମିଶାଇ ସେଥିରେ ମୁଲତାନୀ ମାଟି ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୫ ମିନିଟ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ବଚାର ତେଲିଆ ଅଂଶ ଦୂର ହୋଇଥାଏ।

ଚନ୍ଦନ ଗୁଣ୍ଡ, କମଳା ଚୋପା ଗୁଣ୍ଡ ଏବଂ ଗୋଲାପ ଜଳର ଫେସପ୍ୟାକ୍ :
୧ ଚାମଚ ଚନ୍ଦନ ପାଉଡ଼ର, ୧ ଚାମଚ କମଳା ଚୋପା ପାଉଡ଼ରକୁ ଗୋଲାପ ଜଳରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଏବଂ ବେକରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ।

ମୁଲତାନୀ ମାଟି, ଚନ୍ଦନ ପାଉଡ଼ର ଏବଂ ହଳଦୀ ଫେସପ୍ୟାକ୍ :
୧ ଚାମଚ ମୁଲତାନୀ ମାଟି, ୧ ଚାମଚ ଚନ୍ଦନ ଗୁଣ୍ଡ ଏବଂ ଅଳ୍ପ କିଛି ହଳଦୀ ଗୁଣ୍ଡର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦-୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ବାରା ତେଲିଆ ତ୍ବଚା ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories