ଏପ୍ରିଲ ମାସ ଆରମ୍ଭ ହୋଇ ଗଲାଣି । ଗ୍ରୀଷ୍ମର ପ୍ରଭାବ ଦନକୁ ଦିନ ବଢିବାରେ ଲାଗିଛି । ଗୁଳୁଗୁଳି କାରଣରୁ ତ୍ବଚାରୁ ଝାଳ ଅନବରତ ବାହାରିଥାଏ। ଏହି ଝାଳ କାରଣରୁ ହିଁ ତ୍ବଚାରେ ମଇଳା ଜମିଥାଏ। ଏସବୁ ପରିଷ୍କାର କରିବା ନିମନ୍ତେ ନିୟମିତ ଭାବେ ତ୍ବଚା ସ୍କ୍ରବ୍ କରିବା ଜରୁରୀ।
ସ୍କ୍ରବ୍ କଲେ ତ୍ବଚାର ଲୋମଛିଦ୍ର ଖୋଲିଯିବା ସହ ରଙ୍ଗ ସଫା ଦେଖାଯାଏ। ଘରୋଇ ଉପାୟରେ ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରିପାରିବେ । ତୈଳ ତ୍ବଚା ହୋଇଥିଲେ, କ୍ରିମ୍ ଯୁକ୍ତ ମଏଶ୍ଚରାଇଜର ର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ।
ରାତିବେଳା ତ୍ବଚାର କ୍ଲିନଜିଂ ନିହାତି ଆବଶ୍ୟକ। କୌଣସି ଭଲ କମ୍ପାନୀର ଆଷ୍ଟ୍ରିନୋଜେଣ୍ଟରେ ତ୍ବଚାକୁ ନିୟମିତ ଭାବେ ପୋଛନ୍ତୁ। ଏପରି କଲେ ରାତିବେଳା ତ୍ବଚା ପାଇଁ ଉତ୍ତମ ଫ୍ରେଶନର୍ ହୋଇଥାଏ।
ଗରମ କାରଣରୁ ତ୍ବଚାରେ ସନ୍-ଟ୍ୟାନ୍ ହୋଇଥିବାର ଦେଖାଯାଏ। ଏଥରୁ ରକ୍ଷା ପାଇବାକୁ ହେଲେ ଗ୍ରୀନ୍-ଟିକୁ ପାଣିରେ ଫୁଟାଇ ସେହି ପାଣି ଛିଟା ମୁହଁରେ ମାରନ୍ତୁ।
ଅନ୍ୟ ଏକ ଫ୍ରେଶନର୍ ହେଉଛି ଫ୍ରିଜରେ ଏକ ପାତ୍ରରେ ଗୋଲାପ ଜଳ ରଖନ୍ତୁ। ବାରମ୍ବାର ତୁଳା ସାହାଯ୍ୟରେ ସେହି ପାଣିରେ ତ୍ବଚା ପୋଛନ୍ତୁ।



