ମିଛ ଖବର ଓ୍ୱେବସାଇଟରେ  ପ୍ରକାଶିତ କଲେ ୫ କୋଟି ଜରିମାନା, ଜାଣନ୍ତୁ କେଉଁଠାରେ ଲାଗୁ ହେଲା ଏହି ନିୟମ

0

ମସ୍କୋ: ମିଛି ଖବରର ପ୍ରସାର ପ୍ରଚାର ରୋକିବାପାଇଁ ଋଷ୍‌ ସରକାର ଏବେ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏଥିପାଇଁ ଋଷ୍‌ରେ ନୂଆ ଆଇନ ପ୍ରଣୟନ କରାଯାଇଛି । ମିଛ ଖବର ପ୍ରକାଶିତ କରାଯାଇଥିବା ଓ୍ୱେବସାଇଟ୍‌, ସମାଜିକ ଗଣମାଧ୍ୟମ ଓ ଖବର ସଂସ୍ଥାମାନଙ୍କୁ ତୁରନ୍ତ ସେହି ଖବର ଗୁଡିକୁ ହଟାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

ନ୍ୟୁୟର୍କ ଟାଇମରେ ବାହାରିଥିବା ଖବର ଅନୁଯାୟୀ ଋଷ୍‌ରେ ମିଛ ଖବର ପ୍ରକାଶିତ ଓ୍ୱେବସାଇଟ୍‌ ଓ ସାମାଜିକ ଗଣମାଧ୍ୟମରେ  ଏକ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିଲେ  ଓ ଏମାନେ ମିଛ ଖବର ପ୍ରକାଶିତ କରୁଥିବା ଜଣା ପଡିଲେ ୫୦୦ ଲକ୍ଷ ରୁବେଲ୍‌ ଜରିମାନା ଦେବା । ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୫କୋଟି ୫୦ ଲକ୍ଷ ଟଙ୍କା ।

ଆମେରିକାରେ ମିଛ ଖବର ପ୍ରକାଶିତ ଯୋଗୁଁ ଏହାର ରାଷ୍ଟ୍ରପତି ନିର୍ବାଚନର ପ୍ରଭାବିତ ହୋଇଥିବା ବୋଲି ମତ ପ୍ରକାଶିତ ହୋଇଥିଲା । ସେହିପରି ଭାରତରେ ବିଭିନ୍ନ ସୋସିଆଲ୍‌ ମିଡିଆରେ ପିଲା ଚୋରିର ମିଛ ଖବର ବା ଗୁଜପ ପ୍ରସାରିତ ହେବା ଯୋଗୁଁ ବିଭିନ୍ନ ନୀରିହ ଲୋକଙ୍କୁ ଗହଳିରେ ପିଟି ପିଟି ହତ୍ୟା କରାଯାଇଥିଲା ।

Leave A Reply